ଶୁଭ ସକାଳ – ରଞ୍ଜନ କୁମାର ପଣ୍ଡା

Views: 18
0 0
Read Time:1 Minute, 9 Second

ଶୁଭ ଶଙ୍ଖ ବାଜିଲାଣି
ଶୁଭ ସକାଳେ
ଉଠ ଉଠ ବାବୁ ମୋର
ଉଠ ସଅଳେ ।
ଭଗବତ ନାମ ନିଅ
ହୃଦ ମନ୍ଦିରେ
ପିତୃପୁରୁଷଙ୍କୁ ସ୍ମର
ନିଜ ଅନ୍ତରେ।
ସୂର୍ଯ୍ୟଙ୍କ ଦର୍ଶନ କର
ଭକତି ଭରେ
ଜଗତ କଲ୍ୟାଣ ପାଇଁ
ଡାକ ସଧିରେ ।
ପର ପୀଡା ହରଣରେ
ସହାୟ ହୁଅ
ପର ପାଇଁ ଜୀବନକୁ
ବାଜି ଲଗାଅ ।
ଶୁଭ ସକାଳର ଚିନ୍ତା
ଶୁଭ ହୋଇବ
ବିଭୁ ପଦେ ଲୟରଖି
ଦିନ ସାରିବ ।
ଜୟ ଶ୍ରୀଜଗନ୍ନାଥ

ରଞ୍ଜନ କୁମାର ପଣ୍ଡା
କୋରାପୁଟ

Share this :
Next Post

ତୁମ ଚକା ଆଖି - ବଂଶୀଧର ପଣ୍ଡା

ତୁମ ଚକା ଆଖି ଦେଖିଲେ କାହିଁକି ଆଖିରୁ ଝରେ ମୋ ଲୁହ ଭୁଲି ଯାଏ ଘର ସଂସାର ଜଞ୍ଜାଳ ଭୁଲି ଯାଏ ନିଜ ଦେହ ଏମିତି କାହିଁକି,କୁହ ହେ କାଳିଆ ଏମିତି କାହିଁକି କୁହ।(୧) ତୁମ ଅପଲକ ଆଖି କୁ ଅନାଇ ଅପଲକ ମୋର ଆଖି ତୁମେ ମୋତେ ଦେଖି ମୁଁ ତୁମକୁ ଦେଖେ ,ଆମ ଚାରି ଆଖି ସାଖି ଆଖି ରେ ଆଖି ରେ ମୋ ଦୁଃଖ ଜଣାଏ,ନଜାଣି […]

Subscribe US Now