ଜୀବନ ଏମିତି…
ନାଟକ ଟେ ବନ୍ଧୁ…
ଲେଖି,ପଢି,ବୁଝି…
ପାରିଲେ ହେଲା…
ଦି ଦିନ ପାଇଁକି…..
ଅଭିନୟ ଚାଲେ
ସକାଳ ସଞ୍ଜରେ…
ଅଭିନୟ ସରିଗଲେ….
କଥା ସରିଲା !!
ଜୀବନ ଏମିତି
ନାଟକ ଟେ ବନ୍ଧୁ…….. (ଏକ )
ଏନ୍ତୁଡ଼ି ଶାଳରୁ…..
ନାଟକ ଆରମ୍ଭ….
ମଶାଣି ଭୂଇଁ ରେ
ଶେଷ ଦୃଶ୍ୟ…
କାନ୍ଦି କାନ୍ଦି ଆସେ…
କନ୍ଦାଇ କି ଯାଏ…
ଛାଡି ଯାଏ ଅବଶୋଷ….!!
ଜୀବନ ଏମିତି
ନାଟକ ଟେ ବନ୍ଧୁ…. (ଦୁଇ )
ଜୀବନ ଏମିତି…
ଗୀତ ଟିଏ ବନ୍ଧୁ…..
ଶବ୍ଦ ଲେଖି ଯୋଡି…
ପାରିଲେ ହେଲା…
କାହାଣୀ ରେ ଥାଏ…
କଥା ଚାରି ପଦ….
ସୁଖ,ଦୁଃଖ,ପାପ ପୁଣ୍ୟ….
ହସ ଲୁହ ଭରା….
ଜୀବନ ନାଟକ….
ସକାଳ କୁ ହୁଏ ପୂର୍ଣ୍ଣ…
ଜୀବନ ଏମିତି…
ନାଟକ ଟେ ବନ୍ଧୁ…. (ତିନି )
ଜୀବନ ଏମିତ….
ସଂଗୀତ ଟେ ବନ୍ଧୁ….
ସୁର, ତାଳ ଦେଇ…
ଗାଇଲେ ହେଲା….
ଦି ଦିନ ପାଇଁକି…
ଜୀବନ ମଞ୍ଚରେ…
ଅଭିନୟ ଚାଲେ…
ସକାଳ ସଞ୍ଜରେ…
ଅଭିନୟ କରିଗଲେ
କଥା ସରିଲା !!
ଜୀବନ ଏମିତି….
ନାଟକ ଟେ ବନ୍ଧୁ… (ଚାରି )
ନିର୍ମଳ ନାୟକ
151, ନାଗାର୍ଜୁନ କଲୋନୀ
ନାରା ରୋଡ, ଜରିପଟକା
ନାଗପୁର, ମହାରାଷ୍ଟ୍ର
440014
8275533780
Readers Interaction