ସିଏ ପୁଅ ହେଉ ଅବା ଝିଅ ହେଉ
ବାଲ୍ୟ ବିବାହ ନୁହେଁ ଉଚିତ
କଣ ବା ଜାଣିଥାଆନ୍ତି ସେମାନେ
ସଂସାରର ଯେତେ ସବୁ ତଥ୍ୟ ।
ଅପରିପକ୍ୱ ବୟସରେ ବିବାହ
ବନ୍ଧନରେ ଆବଦ୍ଧ କଲେ
ମାତୃତ୍ୱ,ପିତୃତ୍ୱ ଜଞ୍ଜାଳରେ ତାଙ୍କର
ସୁଖ ,ଶାନ୍ତି ,ଲିଭିଯାଏ ଭଲେ ।
ପୂର୍ବରୁ ବାଲ୍ୟବିବାହ କୁସଂସ୍କାରକୁ
ନେଇ ବିପ୍ଳବ ହୋଇଥିଲା
ରାମମୋହନ ରାୟଙ୍କ ଡାକରାରେ
ଚେତନା ସମାଜରେ ଜାଗିଥିଲା ।
ସଂସ୍କାରିତ ହୋଇଥିଲା ସମାଜରୁ
ଏଇ ବାଲ୍ୟବିବାହର ପ୍ରଥା
ଅତୀତର ସେ ଇତିହାସ ପୃଷ୍ଠାରୁ
ଲେଖାଅଛି ସେଇ ସବୁ ଗାଥା ।
ଏବେ ବି କେତେ ସ୍ଥାନରେ ସେଇ
ବାଲ୍ୟବିବାହ ଚାଲୁଅଛି
ସମାଜ ସଭ୍ୟତାର ଶୀର୍ଷରେ ରହି
ସେଇ କୁସଂସ୍କାର ରହିଛି ।
ଏଥିପାଇଁ ସମସ୍ତେ ସ୍ୱର ଉଠାଇବା
କର୍ତ୍ତବ୍ୟ ନିହାତି ଆବଶ୍ୟକ
ନ ହେଲେ ଅକାଳରେ ପୁଅ ଝିଅଙ୍କୁ
ଭୋଗିବାକୁ ପଡ଼ିବ ଦୁଃଖ ।
ଆମ ସମସ୍ତଙ୍କର ସଚେତନତାମାନ
ରଖିଲେ ଏଇ ସମାଜରେ
ସେମାନଙ୍କର ବୁଝିବା ଶକ୍ତି ଆସିଲେ
ବାନ୍ଧିହେବେ ବିବାହ ବନ୍ଧନରେ ।
ସରକାରଙ୍କ ଆଇନ ପ୍ରଣୟନ ଅଛି
ବିବାହ ବୟସ ନିୟମରେ
ଝିଅକୁ ଅଠର,ପୁଅକୁ ଏକୋଇଶି
ବିବାହ ହେବ ଦୁହିଁଙ୍କ ସମତ୍ତିରେ ।
ସଂଯୁକ୍ତା ସାହୁ
ରାହାମା
ଜଗତସିଂହପୁର ।
Readers Interaction