ସାହସ ଆମର ସଦା ରହିଥିବ
ଆସୁ ସୁଖ ଅବା ଦୁଃଖ
ଝାଉଁଳେନି କେବେ ମୁହଁ ସୂରୁଜର
ଦେଖିଲେ ତ କଳା ମେଘ
ଆସିଲେ ଆସୁ ବିପଦ
ଧରି ଚାଲିଥିବା ଶକତି ସାହସ
ମନେ ନ ରଖିବା ଖେଦ
ସୁଖର ସାଗର ବୁଝିକି ପାରିବ
ଭୋକ ନଦୀ ତଟ ଦୁଃଖ
ଭୋକ ଭୂମଣ୍ଡଳ ଅତୀଵ ଦାରୁଣ
ଟାଣେ ବହୁ ଅନୁଭବ
ନାଳର କଙ୍କର ଜୀଵ
ମହତ ଲୋକ ଯିଏ ଜାଣି ପାରିବ
ଯାହା ଅନ୍ତରରେ ଥିବ
ଅସଲ ଧନୀ ଯେ ଧନ ଦିଏ ନାହିଁ
ନ ଥାଏ ତା ପାଖେ ଧନ
ଆତ୍ମ ସମ୍ମାନକୁ କେହି କିଣିଛିକି
ଦେଲେଵି ନିର୍ଜୀବ ଧନ
ନୁହେଁ ସେ ଅସଲ ଧନ
ସମ୍ମାନର ମୂଲ୍ୟ କଳୀ ପାରିଛିକି
ସୁନା ଟଙ୍କା ଅନ୍ୟ କ’ଣ
ମଣିଷ ପଣିଆ ଭୁଲିଛି ମଣିଷ
ନିରର୍ଥକ ସ୍ଵାର୍ଥ ପାଇଁ
ପାଇବାକୁ ହେଲେ ଦେବାକୁ ପଡ଼ିବ
ଛାଡ଼ିବାକୁ ହେବ କିଛି
ହୀନ ସ୍ୱାର୍ଥକୁ ବାଛିଚି
ସ୍ଵାର୍ଥେ ବୁଡ଼ିଗଲେ ଆଜି
କାଲିଟା ତୁମର ଅତି ଅନ୍ଧକାର
ପ୍ରଭୁଙ୍କୁ ତ ଜଣାଅଛି
ଯନ୍ତ୍ରଣା ଯାହାର ଅଟେ ପୃଷ୍ଠଭୂମି
ଏକ ଏକକୁ ଚିହ୍ନିଛି
ସ୍ଵର୍ଣ୍ଣିମ ଭବିଷ୍ୟତ ଗଢିବ କିପରି
ତା ପାଖରେ ନାହିଁ କିଛି
ଭାଗ୍ୟ ବି ତାକୁ ସାଧିଛି
କଳ୍ପନାତୀତ ଏହି ସ୍ବପ୍ନ ସତେକି
କିଏ ବା ତାକୁ ବୁଝିଛି
କଳ୍ପନା ରାୟ, ଲଇଡା, ସମ୍ବଲପୁର
Readers Interaction