ରଙ୍ଗ ରସିଆ – ବାସନ୍ତୀ ଲତା ଜେନା

Views: 22
0 0
Read Time:2 Minute, 28 Second

ରଙ୍ଗ ରସିଆ ତୁ ଆହେ ବଂଶୀ ଧାରୀ
ରାଧିକା ପ୍ରାଣ ବଲ୍ଲଵୀ
ମନ କୁଞ୍ଜବନେ ପ୍ରୀତିର ଝରଣା
ତୋ ପ୍ରେମେ ବୁଡି ରହିବି l୧l

ତୋର ବଂଶୀ ସ୍ଵନ ମୋ ହୃଦେ କମ୍ପନ
ରହି ପରେ ନାହିଁ ଘରେ
ମନ ବିଚଳିତ ଅସ୍ଥିର ପରାଣ
ଲୁଚି ଛପି ଯାଏ ତୋରେ l୨l

ତୋର ପାଇଁ ନିନ୍ଦା ଗୋପରେ ବାଜୁଛି
ହୋଇଲି ମୁଁ କଳଙ୍କିନୀ
ଗୋପ ଗୋପାଳୁଣୀ ଟୁପୁରୁ ଟାପୁରୁ
ଚକ୍ଷୁରୁ ଝରୁଛି ପାଣି l୩l

ଶାଶୁ ନଣନ୍ଦ ମୋ ଜଗି ରହିଛନ୍ତି
ନ ବଜା ଆଉ ତୁ ବଂଶୀ
ବଂଶୀ ସ୍ଵନ ଶୁଣି ଅଧୀର ହୁଏ ମୁଁ
ଦୂରହୋଇ ଯାଏ ଖୁସି l୪l

କେଳି କୁଞ୍ଜବନ ଯିବି ନାହିଁ ଆଉ
ନ ଯିବି ଯମୁନା ଘାଟ
ନିନ୍ଦlରେ ମୋ ମଥା ତଳକୁ ହେଉଛି
ପିନ୍ଧିବିନି ଆଉ ପାଟ l୫l

ହଟହଟା ଆଉ କର ନାହିଁ କାହ୍ନl
ତୁମପରେ ରାଗି ଅଛି
ମୋ ପ୍ରେମର ରାଣ ବଂଶୀକୁ ଦେଉଛି
ଭୁଲି ଯାଅ କହୁଅଛି l୬l

ସ୍ୱାମୀ ଜଗି ଅଛି ଦୁଆର ବନ୍ଧରେ
କଟୁ କଥା କହୁ ଅଛି
ଆଜି ଠାରୁ ଆଉ ଦେଖା ନ କରିବି
ଅମା ରାତି ଘୋଟି ଅଛି l୭l

ବାସନ୍ତୀ ଲତା ଜେନା
ଗାନ୍ଧିନଗର, ନବରଙ୍ଗପୁର

Share this :
Next Post

କଳ୍ପନାତୀତ କଳ୍ପନା - କଳ୍ପନା ରାୟ

ସାହସ ଆମର ସଦା ରହିଥିବ ଆସୁ ସୁଖ ଅବା ଦୁଃଖ ଝାଉଁଳେନି କେବେ ମୁହଁ ସୂରୁଜର ଦେଖିଲେ ତ କଳା ମେଘ ଆସିଲେ ଆସୁ ବିପଦ ଧରି ଚାଲିଥିବା ଶକତି ସାହସ ମନେ ନ ରଖିବା ଖେଦ ସୁଖର ସାଗର ବୁଝିକି ପାରିବ ଭୋକ ନଦୀ ତଟ ଦୁଃଖ ଭୋକ ଭୂମଣ୍ଡଳ ଅତୀଵ ଦାରୁଣ ଟାଣେ ବହୁ ଅନୁଭବ ନାଳର କଙ୍କର ଜୀଵ ମହତ ଲୋକ ଯିଏ ଜାଣି ପାରିବ […]

Subscribe US Now