ମକର ସଂକ୍ରାନ୍ତି – ସୁସ୍ମିତା ଶତପଥି

Views: 22
0 0
Read Time:1 Minute, 50 Second

ସଂସ୍କୃତି ଆମର ଅଟଇ ମହାନ
ବାର ମାସେ ତେର ପର୍ବ
ମକର ସଂକ୍ରାନ୍ତି ମହତ୍ତ୍ଵ ଅନେକ
ସନାତନ ଧର୍ମ ଗର୍ବ।
ସୂର୍ଯ୍ୟ ଦେବଙ୍କ ଊତ୍ତାରାୟଣ ଗତି
ସଧିରେ ଆରମ୍ଭ ହୁଏ
ଆୟୁ ଆରୋଗ୍ୟ ପ୍ରଦାନ କାରୀ
ଶକ୍ତିର ଆଧାର ଟିଏ।
ଉତ୍ତରାୟଣ ଗତି ଦେବତାଙ୍କ ଦିନ
ମଙ୍ଗଳର ଗୀତି ଗାଏ
ମହାଭାରତରେ ଶରଶଯ୍ୟାରେ
ଭୀଷ୍ମ କୁ ମୁକ୍ତି ଦିଏ।
ଜଗନ୍ନାଥଙ୍କର ପୁଷ୍ପାଳାଙ୍କର ବେଶ
ମକର ଚୂଳଟି ଶୋହେ
ବୟାଅଶୀ ବ୍ୟଞ୍ଜନ କୁ ବିଡ଼ିଆପାନ
ଆନନ୍ଦର କଥା କହେ।
ସାରା ଦେଶ ପାଳେ ଆନନ୍ଦ ମନରେ
ଭିନ୍ନ ଭିନ୍ନ ନାମ ‌ନେଇ
ଭାଇଚାରା ପ୍ରୀତି ମନ ଦିଆନିଆ
ମକର ଚାଉଳ ଖାଇ।

ସୁସ୍ମିତା ଶତପଥି
ଅଧ୍ୟାପିକା, ଟ୍ରାଇଡେଣ୍ଟ ଇଂ କଲେଜ
ଭୁବନେଶ୍ୱର

Share this :
Next Post

ରଙ୍ଗ ରସିଆ - ବାସନ୍ତୀ ଲତା ଜେନା

ରଙ୍ଗ ରସିଆ ତୁ ଆହେ ବଂଶୀ ଧାରୀ ରାଧିକା ପ୍ରାଣ ବଲ୍ଲଵୀ ମନ କୁଞ୍ଜବନେ ପ୍ରୀତିର ଝରଣା ତୋ ପ୍ରେମେ ବୁଡି ରହିବି l୧l ତୋର ବଂଶୀ ସ୍ଵନ ମୋ ହୃଦେ କମ୍ପନ ରହି ପରେ ନାହିଁ ଘରେ ମନ ବିଚଳିତ ଅସ୍ଥିର ପରାଣ ଲୁଚି ଛପି ଯାଏ ତୋରେ l୨l ତୋର ପାଇଁ ନିନ୍ଦା ଗୋପରେ ବାଜୁଛି ହୋଇଲି ମୁଁ କଳଙ୍କିନୀ ଗୋପ ଗୋପାଳୁଣୀ ଟୁପୁରୁ ଟାପୁରୁ ଚକ୍ଷୁରୁ […]

Subscribe US Now