ଦିନେ ମୋ ପାଖକୁ ଆସିଲେ ମୋ ସଜନୀ,
କହିଲେ କଥା ପଦେ ପଚାରିବି କାହାକୁ କହିବନି।
କହିଲି ପଚାର ପଚାର ମୋ ମନ ରାଣୀ,
କହିଲେ କାହିଁକି ସବୁଦିନ ଗାଁ ଗାଁ ବୁଲୁଛି ଆମ ନାତୁଣୀ,
ସେ କଣ ଆଉ ପାଠ ପୁଢୁନୀ????
ପୁଅ ବାହୁ କାଳେ ଭୁଲ୍ ବୁଝିବେ କହିକି ମୁଁ ପଚାରୁନି।
ମୁଁ ବି କିଛି ବୁଝି ପାରିଲିନୀ,
କଣ କହୁଛନ୍ତି ମୋ ଘରଣୀ,
ଭାରି ନିକଟତର ତ ଆଇ ନାତୁଣୀ,
ତା କଥା ମୋତେ ପଚାରୁଛନ୍ତି ପୁଣି।
ପଚାରିଲି କଣ ପାଇଁ ଏମିତି ପଚାରିଲ କହିଲନି???
କହିଲେ ଯଉ ଦିନ ତାକୁ କଣ ଖାଇଚୁ ପଚାରିଲେ
କହୁଛି କୋଇଠିର ଡାଲି,
କୋଉଠାର ଭାତ, କୋଉଠାର ତରକାରୀ ଖାଉଛି ଖାଲି,
ଗତକାଲି ସାଲାଡ ପାଇଁ ମେକ୍ସିକୋ ଗଲା
ସତରେ କହୁନ ସେ କାହିଁକି ଏପରି କଲା?
କଥାଟି କଣ ଜାଣିକି ମୁଁ ଅବୁଝା ହେଲି,
କଣ କଣ କହିଲା ପଚାରିଲି,
କହିଲେ ମୋ ସରଳ ରାଣୀ,
କେବେ ଖାଉଛି ହାଇଦ୍ରାବାଦୀ ବିରିୟାନୀ,
ତ କେବେ ଦାଲ୍ ଅମ୍ରୁତ୍ସରୀ,
ଭେଜ୍ କୋଲ୍ହାପୁରୀ, ଚିକେନ୍ ମୋଗଲାଇ,
ଛୋଲେ ପନ୍ଜାବ, ବାନ୍ଗଲାର ମଛ୍ଛି,
ରାଜସ୍ଥାନୀ ଥାଲି ଏସବୁ କିଛି।
ଗାଁ ଗାଁ ନ ବୁଲିଲେ
ଏ ସବୁ ସେ କେମିତି ଖାଇବ ଭଲେ।
ମୁଁ ହସି ହସି ବେଦମ୍ ହେଲି,
କହିଲି ଏ ମୋର ସୁନ୍ଦରି ମଫ୍ସଲି,
ଏସବୁ ତିଅଣ ତରକାରୀ ନାଁ ଖାଲି,
ଏସବୁ ହୋଟେଲ୍ ରେ ମିଳେ ବୋଲି।
ହସିକି ଲାଜେଇ ଗଲେ ମୋ ରାଣୀ,
କହିଲେ ମୁଁ ଜାଣି ନଥିଲି,
ହସିଲେ ଖିଲି ଖିଲି।
ମନସ୍ବିନୀ ଦାଶ ପାଣିଗ୍ରାହୀ
ଭୁବନେଶ୍ବର
Readers Interaction