*ଶୀର୍ଷକ :ଆନନ୍ଦ*
==============
ପ୍ରତାପ ଚନ୍ଦ୍ର ମିଶ୍ର, ଆସ୍କା,ଗଞ୍ଜାମ
==============
ମନର ତୃପ୍ତି ବିବେକ କାନ୍ଥ ରେ
ନିନାଦିତ ଯେବେ ହୁଏ
ହୃଦୟ ତନ୍ତ୍ରୀ ଶିରା ପ୍ରସିରା ରେ
ଆନନ୍ଦ ଲହରୀ ପାଏ।।
ପଞ୍ଚ ଭୂତ ର ସମାହାର
ଅସ୍ଥି ଚର୍ମ ତନୁ
ସୃଷ୍ଟି କର୍ତ୍ତା ସର୍ଜନା କରି
ମାନବ ଗଢ଼ିଛନ୍ତି ତାଙ୍କ ମନୁ।।
ଦୁଃଖ ଦୂର୍ଦ୍ଧଶା କର୍ମ ବଳେ
ପ୍ରାରବ୍ଧ କୁ ପାଥେୟ କରି
ସୁଖ,ଶାନ୍ତି,ଆନନ୍ଦ ଲଭେ
ପ୍ରାଣୀ ନିଜ କର୍ମ ନିଜେ ଆଦରି।।
ସବୁ ଖୋଜୁଥାନ୍ତି ଆରାମ ଆନନ୍ଦ
କାମ,କ୍ରୋଧ,ଲୋଭ,ମୋହ , ଅର୍ଥ ସାଉଁଟି
ହେଲେ ପରମ ବ୍ରହ୍ମ ଙ୍କ ମୁଖ୍ୟ ଉଦ୍ଦେଶ୍ୟ
ସୃଷ୍ଟି ରେ ମନୁ ହଜାଇ ହୁଏ ଘାଣ୍ଟି ଚକଟି।।
ଶାନ୍ତି ଆନନ୍ଦ ନଖ ମାଂସ ଭଳି
ନିଜ ଭିତରେ ହିଁ ଗୁପତେ ସଂସ୍ଥିତ ସଦ୍ୟ
ମୃଗ ନାଭି ରୁ କସ୍ତୁରୀ ଖୋଜି ପାଏ
ସାଧୁ,ଜ୍ଞାନୀ ପ୍ରଭୁ ଚିନ୍ତନ ରେ ପାଏ ଆନନ୍ଦ।।
ପ୍ରଭୁ ଚିନ୍ତନ ରେ ପାଏ ଆନନ୍ଦ…..
ଜୟ ଶ୍ରୀ ଜଗନ୍ନାଥ
Readers Interaction