ସ୍ବପ୍ନ ସୁନ୍ଦରୀ – ମୃତ୍ଯୁଞ୍ଜୟ ସାହୁ

Views: 31
0 0
Read Time:1 Minute, 20 Second

 

ତୁମେ ମୋର ସ୍ବପ୍ନ ସୁନ୍ଦରୀ
ଛାତି ଚିରୁ ଦେଇ ଚାହାଣୀ |
କଥାରେ ତୋ ଝରୁଛି ମହୁ
ଗୁଣି କଲୁ କହି କାହାଣୀ ||

ଆଖି ତୋର ମୁର୍ଗନୟନୀ
ଚାଲି ଅଟେ ଗଜଗାମିନୀ |
ହସ ତୋର ଗୋଲାପ ଫୁଲ
ମନ ମୋର ନେଲୁ ତୁ କିଣି ||

ବାସ ତୋର ମଲ୍ଲୀ ଫୁଲିଆ
କେଶେ ବାନ୍ଧୁ ରଜନୀଗନ୍ଧା |
କରିଲୁ ତୁ ମୋତେ କିମିଆ
ହେଲି ତୋର ପ୍ରେମରେ ବନ୍ଧା ||

ଦେଇଦେ ଲୋ ଠିକଣା ତୋର
ବର ସାଜି ଯିବି ତୋ ଘର |
ବସିଥିବୁ କନିଆ ସାଜି
ଆସିବୁ ତୁ ସାଥିରେ ମୋର ||


ମୃତ୍ୟୁଞ୍ଜୟ ସାହୁ

ବଡମ୍ବା, କଟକ

Share this :
Next Post

ନୂଆଖାଇ ଜୁହାର -ବିଜୟ ପଟ୍ଟନାୟକ

    ପ୍ରାଚୀ ଦିଗ୍ ବଳୟ ଉଦ୍ ଭାଷିତ୍ ଆଜି ସୁନିର୍ମଳ ସୁସିତଳ କାଶ ତାଣ୍ଡି ଫୁଟି ଅପୂର୍ବ ସମ୍ଭାର ସତେ ସ୍ନେହ ପ୍ରୀତି ସ୍ଥଳ ଭାଦ୍ରବ ର ଋଷି ପଞ୍ଚମୀ ତିଥିରେ ନୂଆଖାଇ ପର୍ବ ଜାଣ ପଶ୍ଚିମ ଓଡ଼ିଶା ଗଣ ପର୍ବ ଏହି ଚାଲ ଚଞ୍ଚଳ ଯେ ମନ ଭାବନା ରାଜ୍ୟ ରେ ହଜି ଯାଇଥାନ୍ତି ଇଷ୍ଟ ପ୍ରଦତ୍ତ ଜୀବନ ଇଷ୍ଟ ଦ ତ  ଧାନ ରନ୍ଧନ୍ତୀ ନବାନ୍ନ […]

Subscribe US Now