ମୋ ଗାଁ ମୋ ସଂସ୍କୃତି – ପଣ୍ଡିତ ଅଭୟ କୁମାର ତ୍ରିପାଠୀଶର୍ମା

Views: 24
0 0
Read Time:4 Minute, 29 Second

 

ବିଶ୍ୱରେ ପ୍ରସିଦ୍ଧ ମୋ ଭାରତ ବର୍ଷ
ଏଇଠି ଜନମ ମୋର l
ଭାରତ ମଧ୍ୟରେ ପ୍ରସିଦ୍ଧି ଲଭିଛି
ମୋ ଗାଆଁ ଖଣ୍ଡିତର ll1
ଏଇଠି ରହିଛି ଭାରତେ ବିଖ୍ୟାତ
“କବାଡି” ଅନ୍ତୁଡ଼ିଶାଳ l
ଇଷ୍ଟଦେବୀ ଆମ “ମା’ଘାଟମଙ୍ଗଳା”
କରନ୍ତି ସର୍ବ ମଙ୍ଗଳ ll2
ଖରସ୍ରୋତା ନଦୀ ପଶ୍ଚିମ ଉତ୍ତରେ
ବେଢ଼ି ପୂର୍ବେ ପ୍ରବାହିତ l
ସେହି ନଦୀକୂଳେ ମା ଘାଟମଙ୍ଗଳା
ଯଜ୍ଞେଶ୍ୱର ବିରାଜିତ ll3
ହର୍ତ୍ତାଶୁଣି ଦେବୀ ମାଆ ଜାଗୁଳାଇ
ବାଗେଶ୍ୱର ବାଗେଶ୍ବରୀ l
ମଦନମୋହନ ଶ୍ରୀରାଧାଗୋବିନ୍ଦ
ଗଡ଼ଗଡ଼େଶ୍ୱର ଶ୍ୱରୀ ll4
ଦକ୍ଷିଣ ଦିଗରେ ଶ୍ରୀ ଉତ୍ତରେଶ୍ୱର
ପଶ୍ଚିମରେ ବ୍ରହ୍ମେଶ୍ୱର l
ମଧ୍ୟଭାଗେ ଛନ୍ତି ମା ଜଞ୍ଜାଳିଦେବୀ
ହନୁମାନ ଶନିଶ୍ଚର ll5
ଶ୍ରୀରାଧାଗୋବିନ୍ଦ ଉ. ପ୍ରା. ବିଦ୍ୟାଳୟ
କମ୍ପୁଟର ଶିକ୍ଷାଳୟ l
ଖଣ୍ଡିତର ଗ୍ରାମ ସରକାରୀ ଉଚ୍ଚ
ଇଂରାଜୀର ବିଦ୍ୟାଳୟ ll6
ବରଷକେ ଥରେ “ରଜ” ଉତ୍ସବରେ
ସାରା ଭାରତବର୍ଷରୁ l
ମହିଳା ପୁରୁଷ ପାଞ୍ଚ ଦିବାରାତ୍ର
କବାଡି ଖେଳ ସୁଚାରୁ ll7
ଐତିହ୍ୟ ସମ୍ପନ୍ନ ସର୍ବପୁରାତନ
ଖଣ୍ଡିତରର “ମିଳନ” l
ଦୁର୍ଗା, ବନଦୁର୍ଗା, ଗଜଲକ୍ଷ୍ମୀ କାଳୀ
ଗଣେଶଙ୍କର ପୂଜନ ll8
ବୀଣାପାଣି ପୂଜା ଶ୍ରୀଶିବ ଜାଗର
ବିଶ୍ୱକର୍ମା ଆଦି କେତେ l
ମଙ୍ଗଳାଙ୍କ ଯଜ୍ଞ ବଡଦିନ ଆଉ
ନୂଆବର୍ଷ ଆଦି ଯେତେ ll9
ସବୁ ପାଟକର ଲୋକେଛନ୍ତି ଏଠି
ଖ୍ରୀଷ୍ଟିଆନ ଭାଇଚାରା l
ବିଶାଳ ମୋ ଗାଆଁ ସଂସ୍କୃତି ସମ୍ପନ୍ନ
ବିଖ୍ୟାତ ଅଟେ ତା ନାଁ ll10
ଯଯାତିକେଶରୀ ସମୟରୁଛନ୍ତି
ମାଆ ମୋ ଘାଟମଙ୍ଗଳା l
ଷୋଡଶ ଶତାବ୍ଦୀ ସଦାବ୍ରତ ମଠ
କୃଷି ବାଣିଜ୍ୟେ ଚଞ୍ଚଳା ll11
ଏ ଗାଆଁ ମାଟିରେ ଜନମି ଅଛନ୍ତି
କେତେଯେ ମହାପୁରୁଷ l
ଗୀତରେ ଲେଖିବା ସମ୍ଭବ ନୁହଁଇ
ଅଳ୍ପରେ ବୁଝ ବିଶେଷ ll12

(ସମ୍ପାଦକ ଯୁଗଜ୍ୟୋତି, କୁଆଖିଆ)
ଖଣ୍ଡିତର, ରସୁଲପୁର, ଯାଜପୁର

Share this :
Next Post

ବିରହ ଯାତନା(ଯୁଗଳ ବନ୍ଦି) - ସୋନାଲି ସ୍ବପ୍ନା ପାତ୍ର, ଚନ୍ଦ୍ରକାନ୍ତ ଜେନା

  ଝି:- ତୁମେ ମୋର ପ୍ରିୟ ଆହେ ପ୍ରିୟତମ ଗଲଣିକି ମୋତେ ଭୂଲି କେବେ ଥରେ ଆସ ରାଇଜକୁ ମୋର ପ୍ରେମ ଟିକେ ଲୋଡେ ଖାଲି !! ଫଗୁଣ ଥାଇବି ଦୁନିଆଁ ମୋ ଫିକା ତୁମ ପ୍ରେମ ରଙ୍ଗ ବିନା ଜିଇଁବା ମରିବା ସବୁ ମୋ ସମାନ ନକର ପ୍ରିୟ ବାହାନା !! ପୁ:- ବାହାନା କିପରି କରିବି ଗୋ ସକ୍ଷୀ ବିହୁନେ ହେଉଛି ଝୁରି ପ୍ରାଣପ୍ରିୟା ପାଖେ ପ୍ରାଣ […]

Subscribe US Now