ଚିଦାନନ୍ଦମୟ ମଙ୍ଗଳ ଆଳୟ
ମଙ୍ଗଳ ମୂରତି ହରି l
ଅଧର୍ମ ବିନାଶି ଧର୍ମ ପାଳିବାକୁ
ଆସନ୍ତି ସେ ଅବତରି ll
ଦୁଷ୍ଟଙ୍କୁ ନିବାରି ସନ୍ଥ ପାଳିବାରେ
ସୁଦର୍ଶନ ଚକ୍ର ଧରି l
ଅବତାର ପରେ ଅବତାର ନେଇ
ଅଦ୍ଭୁତ ଶରୀର ଧରି ll
ମତ୍ସ୍ୟ କୂର୍ମ ପୁଣି ବରହାବତାର
ନରସିଂହ ଯେ ବାମନ l
ରାମ ତ୍ରୟ ପୁଣି ବୁଦ୍ଧ କଳ୍କୀ ରୂପ
ଅବତାର ହେଲେ ଜାଣ ll
ଜୟଦେବ କୃତ ଦଶାବତାର ଏ
ଚବିଶ ଭାଗବତରେ l
ଜଗନ୍ନାଥ ଦାସ ବଖାଣି ଅଛନ୍ତି
ଅତି ସରଳ ଭାଷା ରେ ll
ଶୂକର ସୁଯଜ୍ଞ କପିଳ ଓ ଦତ୍ତ
ଚତୁଃମନ ନର ରୂପ l
ନାରାୟଣ ପୃଥୁ ଋଷଭ (ଜଡ଼ )ଭରତ
ହୟଶୀର୍ଷ ମତ୍ସ୍ୟକୂର୍ମ ll
ନୃସିଂହ ଶ୍ରୀପତି ବାମନ ଶ୍ରୀରାମ
ଧନ୍ଵନ୍ତରୀ ପର୍ଶୁରାମ l
ବଳରାମ ବ୍ୟାସ ବୁଦ୍ଧ କଳ୍କୀ ପୁଣି
ଗୋବିନ୍ଦାଦିଯେ ନାମ ll
ଚବିଶାବତାର କୃଷ୍ଣ ଅବତାରୀ
ପାଳିଲେ ଏ ଧରାଧାମ l
ଚିଦାନନ୍ଦମୟ ମଙ୍ଗଳ ଆଳୟ
ଜୟ ଜୟ ପୂର୍ଣ୍ଣ କାମ ll
ପଣ୍ଡିତ ଅଭୟକୁମାର ତ୍ରିପାଠୀଶର୍ମା
ସାନତ୍ରିଲୋଚନପୁର, ଖଣ୍ଡିତର
ରସୁଲପୁର, ଯାଜପୁର
ଅଶେଷ ଧନ୍ୟବାଦ 🙏🏻