ଝି:- ତୁମେ ମୋର ପ୍ରିୟ ଆହେ ପ୍ରିୟତମ
ଗଲଣିକି ମୋତେ ଭୂଲି
କେବେ ଥରେ ଆସ ରାଇଜକୁ ମୋର
ପ୍ରେମ ଟିକେ ଲୋଡେ ଖାଲି !!
ଫଗୁଣ ଥାଇବି ଦୁନିଆଁ ମୋ ଫିକା
ତୁମ ପ୍ରେମ ରଙ୍ଗ ବିନା
ଜିଇଁବା ମରିବା ସବୁ ମୋ ସମାନ
ନକର ପ୍ରିୟ ବାହାନା !!
ପୁ:- ବାହାନା କିପରି କରିବି ଗୋ ସକ୍ଷୀ
ବିହୁନେ ହେଉଛି ଝୁରି
ପ୍ରାଣପ୍ରିୟା ପାଖେ ପ୍ରାଣ ମୋର ବନ୍ଦା
ତୁମେ ମୋ ମନ ପଞ୍ଜୁରୀ !!
ସ୍ମରଣରେ ଉଙ୍କି ମାରେ ତୁମ ଛବି
ଆଖି ଆଗେ ଦିସେ ମୁହଁ
ଧାରେ ଧାରେ ଲୁହ ଲହୁ ହୋଇ ବହେ
ଛାତିର ବିଷର୍ଣ୍ଣ କୋହ !!
ଝି:- ବିଷର୍ଣ୍ଣ କୋହରେ ବିଭଚ୍ଚ୍ଥ ଏ ମନ
ବର୍ଣ୍ଣନା ମୋ ଶବ୍ଦ ଶୂନ୍ଯ
ଅଗ୍ନିଶିଖା ହୋଇ ତିଳ ତିଳ ଜଳେ
ହରାଇ ମୋ ସ୍ବାଭିମାନ !!
ଯବନିକା ଏବେ ପ୍ରୀତି ପୁଷ୍ପଗୁଚ୍ଚ୍ଥ
ଅମଡା ମୋଡରେ ପ୍ରାଣ
ଅଧୋମୁଖ ହୋଇ ବାଟ ମୁଁ ଚାଲୁଛି
ବିଦ୍ରୋହେ ଛାଡେ ପରାଣ !!
ପୁ:- ଏଠିବି ବିଦ୍ରୋହ ନିଜ ସାଥେ ନିଜେ
ହୁତାଶନେ ଜଳେ ମନ
ପ୍ରତି ମୂହୁର୍ତ୍ତରେ ତୁମ କଥା ଭାଳେ
ବିଡମ୍ବନା ବ୍ଯବଧାନ !!
ଜନ୍ତ୍ରଣା ଜ୍ବାଳାରେ ଜର୍ଜରିତ ପ୍ରାଣ
ଯବନିକା ନାଟକରେ
ହେ ପ୍ରିୟ ସଜନୀ ଆସ୍ଥା ମୋ ଭାଙ୍ଗନି
ନିଶ୍ଚେ ମୁଁ ଫେରିବି ବାରେ !!
ସୋନାଲି ସ୍ବପ୍ନା ପାତ୍ର
ଚନ୍ଦ୍ରକାନ୍ତ ଜେନା
ବଡମ୍ବା,କଟକ
Readers Interaction