ନିରୁଦ୍ଧିଷ୍ଟ ଆତ୍ମା – ଦୀପ୍ତି ରାଣୀ ସିଂହ

Views: 16
0 0
Read Time:3 Minute, 1 Second

 

କ୍ରୁଶବିଦ୍ଧ କରିବାର ପ୍ରୟୋଜନ ନାହିଁ
ମୁଁ ମରି ସାରିଛି ଅନେକ ଦିନରୁ
ଏଠି ପଡ଼ି ରହିଛି ଖାଲି ଜରାଜୀର୍ଣ୍ଣ ଶରୀର
ପୋଖରୀ ତୁଠ ର ପରିତ୍ୟକ୍ତ ଅଳିଆ ଗଦାରେ।

ଆଜି ପ୍ରୟୋଜନ ନାହିଁ ବୋଲି ଆଡେ଼ଇ ଦେବାକୁ
ଶୁଷ୍କ ଧୁମ୍ର ବାତାୟନ ମଧ୍ୟ ପଳାୟନ କରେ
ଚିମୁଟାଏ ଆଶାର କିରଣ ବି ଉଦ୍ ଜୀବିତ
ହେବାକୁ ନାଁ ନେବାକୁ ବାଧ୍ୟ କରେନି।

ହେଇ ଦେଖ!!!
ପଳାୟନ କରୁଛନ୍ତି ଅସଂଖ୍ୟ କୀଟ ଯେତେକ
ନାସା ରେ ବାନ୍ଧି ଦେଇଛନ୍ତି ମୁଖପଟି
ଦୁର୍ଗନ୍ଧ ରେ କ୍ଷତ ବିକ୍ଷତ ସହସ୍ରାଧିକ ଜନ୍ଦା ଓ ପିମ୍ପୁଡ଼ି
ଧିକ ମୋ ଅବଶିଷ୍ଟାଂଶ ଶରୀରକୁ।

ମୋତେ ଗାଇ ଆସେ ପଞ୍ଚମ ତାନରେ,ନାଚିଆସେ କଥକ ,ମଣିପୁରୀ ,ଓଡ଼ିଶୀ,
ହସି ବି ଜାଣିଛି କଂସର ସେ ଅଟ୍ଟହାସ୍ଯ
ତଥାପି ମୁଁ ନିରୁଦ୍ଧିଷ୍ଟ ମୋ ଅନ୍ତରାଳେ।

ଯବନିକା ପଡ଼ି ସାରିଛି ନାଟକ ର
ତମାମ ଦର୍ଶକ ଙ୍କ ଭିଡ଼ ଭିତରେ
ମୁଁ ଆଉ ମୋର ହୋଇ ନାହିଁ
ଏ ମାଟିର,ସ୍ୱର୍ଗର ଆଉ ପାତାଳ ଦେବତା ଙ୍କ ର।

ଏଇ ମାଟି ଖୋଜୁଛି ମାଆର ସମ୍ମାନ
ଆକାଶ କହେ ନୀଳ ତରଙ୍ଗ ଗାଥା
ସାଗର ବୁଣୁଛି ଢେଉର ଲୁଚକାଳି ଖେଳ
ଆଉ ମୁଁ ଖୋଜୁଛି ମୋ ଆତ୍ମା ର ସନ୍ଧାନ।

ଦୀପ୍ତି ରାଣୀ ସିଂହ

ତାଳଚେର, ଅନୁଗୋଳ

Share this :
Next Post

Sorrow -Dr.Suresh Chandra Sarangi

SORROW Sorrow is something That has to be understood. Tears have to be understood. There is no need for understanding When we are happy. When we smile, That doesn’t need any emotion. But we see we are brought up here as well as outside Unfortunately without knowing how to think, […]

Subscribe US Now