ଦ୍ୱିତୀୟ କୋଣାର୍କ – ମୃତ୍ୟୁଞ୍ଜୟ ସାହୁ

Views: 10
0 0
Read Time:2 Minute, 45 Second

 

ହେ ଦ୍ୱିତୀୟ କୋଣାର୍କ
ତୁମପାଖେ ମୋର ସବୁ ଶବ୍ଦ ବନ୍ଧା

ମୁଁ ଦେଖିଛି ତୁମ ଦେହର
ସେଇ ଭଗ୍ନ ଶିଳାରେ
ଖୋଦିତ ହୋଇଥିବା ଚିତ୍ରକଳା ମଧ୍ୟରେ
କାରିଗରର ଆତ୍ମଚିତ୍କାର,

ଜୀବନ୍ତ ହୋଇଥିବା ପ୍ରତିମୂର୍ତ୍ତିରେ
ନିହଣ କଠୋରଘାତରେ
ଶ୍ରମିକର ହାତରୁ ଝରିଥିବା ସେଇ ରକ୍ତବିନ୍ଦୁ |

ମୁଁ ଦେଖିଛି
ମୁକ୍ତ ଗଗନରେ ଭାସି ବୁଲୁଥିବା
ସେଇ କାରିଗରୀ ଶରୀରର ଝାଳୁଆ ଗନ୍ଧ |

ଆଉ ତାହା ବି ଦେଖିଛି ଯେ
ପରିବାରକୁ ଦୂରେରଖି
ପାଇଥିବା ଯନ୍ତ୍ରଣାର ଆଘାତ,
ଏଇ କାରୁକାର୍ଯ୍ୟ ମଧ୍ୟରେ |

ତା ମଧ୍ୟରେ ତୁମେ
ଉପଭୋଗ କରୁଥାଇପାର
ସୌନ୍ଦର୍ଯ୍ୟର ଚିତ୍ରଶିଳ୍ପ,
ହେଲେ ମୁଁ
ଖୋଜିବୁଲେ ଆଧୁନିକ ସମାଜ ମଧ୍ୟରେ
ଲୁପ୍ତ ପ୍ରାୟ ଥିବା ସେଇ କାରିଗରୀ ବିଦ୍ୟା

ତୁମେ ଦେଖିପାର ତା ମଧ୍ୟରେ
ଖୋଦିତ ହୋଇଥିବା ସେଇ ଉଲଗ୍ନ ଚିତ୍ରକୁ
ହେଲେ ମୁଁ ଦେଖେ
ଆଧୁନିକର ବୈଷୟିକ ଜ୍ଞାନ ମଧ୍ୟରେ ହାର ମାନିଥିବା
ସେଇ ପୁରାତନ କୌଶଳକୁ

ଡ଼ ମୃତ୍ୟୁଞ୍ଜୟ ସାହୁ
ପ୍ରତିଷ୍ଠାତା:- କବିତା ମିନାର ସାହିତ୍ୟ ଘର
ବଡମ୍ବା, କଟକ
ମୋ:- ୯୦୯୦୭୦୦୬୦୧

Share this :
Next Post

ତମେ ମୋ - ସହଦେବ ବେହେରା

ତମେ ମୋ ଆରମ୍ଭ ତମେ ମୋର ଶେଷ ତମେ ତ ମୋର ଜୀବନ ତମେ ମୋ ନିଶ୍ବାସ ତମେ ମୋ ପ୍ରଶ୍ବାସ ତମେ ହିଁ ମୋର ପରାଣ ll ୧ ତମେ ମୋ କଳ୍ପନା ଅସୁମାରି ମନେ ତମେ ମୋ ସ୍ପପ୍ନ ନାୟିକା ତମେ ମୋ ବାସ୍ତବ ଜୀବନ ପରିଧି ତମ ବିନା ମୁଁ ଯେ ଏକା ll ୨ ତମେ ମୋ ଖିଆଲି ମନେ ପ୍ରତିଛବି ତମେ ମୋ […]

Subscribe US Now