ତମେ ମୋ ଆରମ୍ଭ ତମେ ମୋର ଶେଷ
ତମେ ତ ମୋର ଜୀବନ
ତମେ ମୋ ନିଶ୍ବାସ ତମେ ମୋ ପ୍ରଶ୍ବାସ
ତମେ ହିଁ ମୋର ପରାଣ ll ୧
ତମେ ମୋ କଳ୍ପନା ଅସୁମାରି ମନେ
ତମେ ମୋ ସ୍ପପ୍ନ ନାୟିକା
ତମେ ମୋ ବାସ୍ତବ ଜୀବନ ପରିଧି
ତମ ବିନା ମୁଁ ଯେ ଏକା ll ୨
ତମେ ମୋ ଖିଆଲି ମନେ ପ୍ରତିଛବି
ତମେ ମୋ ଜୀବନ ରବି
ତମେ ମୋ କାହାଣୀ ପାରିଜାତ ଗଳ୍ପ
ତମେ କବିତାର କବି ll ୩
ତମେ ମୋ ସକାଳ ଖରାବେଳ ତାତି
ତମେ ସଞ୍ଜେ ଶୁକ୍ରତାରା
ତମେ ଜୋତ୍ସ୍ନା ଭିଜା ମୋ ଚାନ୍ଦିନୀ ରାତି
ତମେ ଦିଅ ଯେବେ ଧରା ll ୪
ତମେ ମୋ ଫଗୁଣ ଚୋରା ଚଇତାଳି
ତମେ ଇନ୍ଦ୍ରଧନୁ ମୋର
ତମେ ବସନ୍ତର ପହିଲି ପରଶ
ତମେ ମୋ ହୃଦୟ ହାର ll ୫
ତମେ ଶେଫାଳୀର ଶୁଭ୍ର ପରିପାଟି
ତମେ ମୋ ରଜନୀଗନ୍ଧା
ତମେ ମୋ ଗୋଲାପ କଅଁଳ ପରଶ
ତମ ପ୍ରେମେ ଅଛି ବନ୍ଧା ll ୬
ସହଦେବ ବେହେରା
ମଙ୍ଗରାଜପୁର, ହାଟଡିହି,
ଆନନ୍ଦପୁର, କେନ୍ଦୁଝର
Readers Interaction