କେଜାଣି କେତେଥର
ପୋଛିଦେଇଛ
ମୋ ଆଖିର ବିନ୍ଦୁରୁ
ସିନ୍ଧୁ ପାଲଟିଥିବା
ଲବଣାକ୍ତ ଅୟୂତ
ଅଶ୍ରୁକୁ ।
ଅନ୍ତର ବେଦୀରୁ ଥାଇ
ସାନ୍ତ୍ବନାର ରଙ୍ଗ ମାଖିଛ
ବାରବାର ଏଇ ଜୀବନ
ସଂଘର୍ଷର ଅନ୍ତରାଳେ ।
ବିପଦସଙ୍କୁଳେ
ବିସ୍ତାରିତ ହୋଇ
ବାହୁ ମେଲିଛ
ମୋ ପଶ୍ଚାତରେ
ପ୍ରଚ୍ଛନୁ ଭାବରେ ବୋଲି ତ
ତୁମେ……………..(୧)
ଅଗଣନ ଭୁଲ୍ ମୋର
ନୁହେଁ କେବେ ଆକଳନ
କେଉଁ ପରିଧିରେ ।
ସବୁକୁ ସୁଧାରି ନେବାକୁ
ଚେତନାର ଶଙ୍ଖ ଧ୍ବନୀରେ
ଉଚ୍ଚାଟ କରାଇଛ ମୋତେ
ପ୍ରତିକ୍ଷଣେ ଜୀବନର
ଗତିଛନ୍ଦ ତୋଳି
ସେଥିପାଇଁ ପାଇଁ ତ ତୁମେ……….(୨)
ମୁଁ ଢାଙ୍କି ହୋଇଥିବା
ପାପର ମଇଳା ଚାଦରରେ
ଜନ୍ମ ଜନ୍ମାନ୍ତରର କାଳିମା
ନେସି ହୋଇ ମୋତେ
କକ୍ଷଚ୍ୟୁତ କରିନିଅନ୍ତି
ମୋ ଲକ୍ଷ୍ୟ ପଥରୁ
ଅବଶୋଷର ଦ୍ବାର ଦେଶେ
ଅବସାଦକୁ ପରଦା କରି ।
ସେତିକିବେଳେ ଅଭୟ
କୋଳକୁ ଆଉଜାଇ ନିଅ
ନୂଆ ଠିକଣା ଦେଖାଇ
ଅନିର୍ବଚନୀୟ ସଂଜ୍ଞାରେ
କେବଳ ତୁମେ…………(୩)
ଅତୀତରେ ବିଶ୍ବାତୀତ
ବର୍ତ୍ତମାନ ବିଶ୍ବଗତ
ଭବିତବ୍ୟ ପାଇଁ
ସର୍ବଦା ବ୍ୟଷ୍ଟିଗତ
ସବୁରି ହୃଦୟେ
ବିଶାଳ ଆହ୍ବାନ ମନ୍ତ୍ରରେ
ଅଭିମନ୍ତ୍ରିତ କରାଇ
ମୁଗ୍ଧ ସକାଳକୁ ସ୍ନିଗ୍ଧମୟ ସନ୍ଧ୍ୟାକୁ
ଉପହାର ଦେଇ ଚାଲିଛ ମୋତେ
ଏଇ ସାରା ବିଶ୍ବରବିଷକୁ
ଆକଣ୍ଠ କରିଛ ବୋଲି ତ ତୁମେ ……….(୪)
ସସ୍ମିତା ପଣ୍ଡା
କଟିକଟା, କଟକ
Readers Interaction