ହଜିଯାଇଛି ଆଜି ନିଃସ୍ଵାର୍ଥପର ସେବା
ଖୋଜିବାକୁ ପଡୁଛି ସଚ୍ଚା ଭଲପାଇବା
ପ୍ରେମ ଏଠି ପ୍ରତାରଣା, ପ୍ରକୃତ ସ୍ନେହ କାହୁଁ ପାଇବା
ଦୟା କ୍ଷମା ଗଲାଣି ଲୁଚି, ହିଂସାକୁ କ’ଣ ପୂଜିବା ?
ହଜିଯାଉଛି ଆଜି ଏକାନ୍ନଵର୍ତ୍ତୀ ପରିବାର
କେମିତି ଚିହ୍ନିବା ଆମେ ହିତ ଅହିତ
ହଜିଗଲାଣି ଜେଜେମାର ଗୀତ ଆଉ ଗପ
ବାପାମାଆ ଛୁଆ ରହି କ’ଣ ସଂସ୍କୃତିକୁ ଚିହ୍ନିବା ??
ହଜିଯାଉଛି ମାଆଵାପା ଆଦେଶ ମାନିବା ପରମ୍ପରା
ପାଞ୍ଚାଳୀକୁ ସ୍ତ୍ରୀ ରୂପେ ପାଇ ସଂଯମୀ ଜୀବନ ସାରା
ପିତୃସତ୍ୟ ପାଳିବା ରାମ ଆଜି ହୁଏତ ଅପାସୋରା
ଵୃଦ୍ଧାଶ୍ରମରେ ଛାଡ଼ିବା କ’ଣ ନୂଆ ଏକ ପରମ୍ପରା ???
ହଜିଯାଉଛି ଆଜିର ଦୁନିଆରୁ ମାଟିମନସ୍କ ବ୍ୟକ୍ତି
ଭାବୁଛନ୍ତି ଯାହା ମାଗଣା ମିଳୁଛି, ସିଏ ଆମ ଶକ୍ତି
ହଜିଯାଇଛି ଜ୍ୟୋତ୍ସ୍ନାଲୋକରେ ଗୀତ ଗାଇବା ଖୁସି
ଆଜି ପ୍ରେମରେ ଭଲପାଇବାଠୁ ପ୍ରତାରଣା ବେଶି
ଆଜି ସଂସ୍କୃତି ସଭ୍ୟତାକୁ କିଏ ସମ୍ମାନ ଦେଉଛି
ଲକ୍ ଡାଉନ୍, ସଟ୍ ଡାଉନ୍ ଭଳି ଶବ୍ଦ ଧସେଇ ପଶିଛି
କନ୍ୟାଟିଏ କେବେ ଦୁଷ୍କର୍ମପୀଡିତା ହେବ କିଏ ଜାଣିଛି
ଆଶା ସବୁ ନିରାଶା ଵେଡିରେ ଆଜି ପେଶି ହେଉଛି
ଅରଣ୍ୟକୁ ଜାଳି ମୁହଁରେ ପଶୁପରି ତୁଣ୍ଡି ବାନ୍ଧିଲାଣି
ତଥାପି ନିଦ ଭାଙ୍ଗୁନି ଔଷଧକୁ ଭେଜାଲ କଲାଣି
ହଜିଯାଉଛି ଆଜି ସତରେ ରହି ସୁଦାମା ପରି ପ୍ରବୃତ୍ତି
ସେଥିପାଇଁ ତ ଦେଖାଦେଲା ବିନା ଭକ୍ତିରେ ରଥଯାତ୍ରାର ସ୍ଥିତି
କୌଣସି ବି ବୋହୁର ଆଉ ଅଛି କି ସେବା ମନୋବୃତ୍ତି ???
କଳ୍ପନା ରାୟ, ଲଇଡା, ସମ୍ବଲପୁର
Readers Interaction