ସଞ୍ଜ – ସରୋଜ କୁମାର ସାହୁ

Views: 12
0 0
Read Time:1 Minute, 37 Second

 

ସୂରୁଜ ଲୁଚଇ ଆକାଶେ
ସଞ୍ଜ ଆସିଲେ ନଇଁ
ଘୋଟିଆସେ ଧିରେ ଅନ୍ଧାର
ଏଇ ଧରାକୁ ଛୁଇଁ ।
ପକ୍ଷୀ ଫେରିଆସେ ବସାକୁ
ହୋଇ ଆନନ୍ଦ ମନେ
ଫେରନ୍ତି ସଭିଏଁ ରାତ୍ରରେ
ବାଳ ବାଳୁତ ଜନେ ।
ମେଘମାଳା ତଳେ ଅନ୍ଧାର
ବୁଣେ ନୂଆ ଜୋଛନା
ଶାନ୍ତ ପଲ୍ଲବିତ ଧରଣୀ
ରଚେ କେତେ ଭାବନା।
ହମ୍ବା ରଡି ଛାଡି ବାଛୁରୀ
ଗାଈ ଗୋଠରୁ ଫେରେ
ମା’ କୋଳେ ଶୋଇ ଶିଶୁଟି
ହସ ଓଠରେ ଭରେ ।
ଦୀପ ଧୂପ ଝୁଣା ବାସଇ
ଘର ଅଗଣା ସାରା
ବୃନ୍ଦାବତୀ ମୂଳେ ଜଳାଏ
କୂଳବଧୂ ଟି ପରା ।
ଲୁଚକାଳି ଖେଳେ ଅନ୍ଧାର
ଘର ଆଲୋକ ସାଥେ
ସୃଷ୍ଟି ରଚିଅଛି ଯତନେ
ବିଧି ବିଧାନ ମତେ।

ସରୋଜ କୁମାର ସାହୁ
ଆଠଗଡ଼ .କଟକ

Share this :
Next Post

ହସୁ ମୋ ଦେଶ ଜନନୀ - ଉପେନ୍ଦ୍ର କୁମାର ବସ୍ତିଆ

  ଉଡ଼େ ଫରଫର ତ୍ରିରଙ୍ଗା ଆମର ଗଣତନ୍ତ୍ର ସ୍ପର୍ଦ୍ଧା ନେଇ ସ୍ବର୍ଣ୍ଣ ପ୍ରସବିନୀ ଜନନୀ ଆମର ପଡ଼ିଛି ସ୍ତବ୍ଧ ହୋଇ ମାଟିଠୁ ଆକାଶ ଆଜାଦୀର ସ୍ବର୍ଶ ତଥାପି ମନରେ ଶଙ୍କା ଭାଇଚାରା ଭାବ ଲୋକ ଦେଖାଣିଆ ଅହିଂସା ନୀତିଟି ବଙ୍କା ହିଂସାରେ ପଡୋଶୀ ଲୁଟେ ଭୂମୀ ପାଣି ସ୍ବାଭିମାନ ଆମ ବନ୍ଧା ଜାଗ ଭାତ୍ରୁ ଭଗ୍ନୀ ହାତେ ହାତ ଛନ୍ଦି ହଟାଅ ଏ ଦେଶୁ ହିଂସା ଲୁଟେରା ସାଜିଛି ଶାସକଟି […]

Subscribe US Now