ହସୁ ମୋ ଦେଶ ଜନନୀ – ଉପେନ୍ଦ୍ର କୁମାର ବସ୍ତିଆ

Views: 13
0 0
Read Time:1 Minute, 53 Second

 

ଉଡ଼େ ଫରଫର ତ୍ରିରଙ୍ଗା ଆମର
ଗଣତନ୍ତ୍ର ସ୍ପର୍ଦ୍ଧା ନେଇ
ସ୍ବର୍ଣ୍ଣ ପ୍ରସବିନୀ ଜନନୀ ଆମର
ପଡ଼ିଛି ସ୍ତବ୍ଧ ହୋଇ

ମାଟିଠୁ ଆକାଶ ଆଜାଦୀର ସ୍ବର୍ଶ
ତଥାପି ମନରେ ଶଙ୍କା
ଭାଇଚାରା ଭାବ ଲୋକ ଦେଖାଣିଆ
ଅହିଂସା ନୀତିଟି ବଙ୍କା

ହିଂସାରେ ପଡୋଶୀ ଲୁଟେ ଭୂମୀ ପାଣି
ସ୍ବାଭିମାନ ଆମ ବନ୍ଧା
ଜାଗ ଭାତ୍ରୁ ଭଗ୍ନୀ ହାତେ ହାତ ଛନ୍ଦି
ହଟାଅ ଏ ଦେଶୁ ହିଂସା

ଲୁଟେରା ସାଜିଛି ଶାସକଟି ଏଠି
ଦୁଃଖେ ଭାରତ ଜନନୀ
ରାକ୍ଷସଙ୍କ ଠାରୁ ଅଧିକ ଦାରୁଣ
ଗରିବଟି ହୀନିମାନୀ

ଉଠ ଦେଶ ପ୍ରେମୀ ଜାଗ ହୃଦେ ବହ୍ନି
କର୍ତ୍ତବ୍ୟ ପଥକୁ ଘେନି
ଫେରି ଆସୁ ହୃତ ସଂସ୍କୃତି ସସ୍କାର
ହସୁ ମୋ’ଦେଶ ଜନନୀ
ହସୁ ମୋ’ଦେଶ ଜନନୀ…..

ଉପେନ୍ଦ୍ର କୁମାର ବସ୍ତିଆ

Share this :
Next Post

ଶୁଭ ଶଙ୍ଖନାଦ - ପ୍ରଣତି ମହାପାତ୍ର

  ଦୁଃଖହାରୀ ବୋଲି ପଡୁଅଛି ହୁରି ଆହେ ବିଶ୍ବବିହାରୀ, ନିତି ଆସୁଅଛି ଗୁହାରୀ କରୁଛି ଶୁଣୁନାହଁ କୃପାକରି, ଅପେକ୍ଷା କରିଛି ହରି ମୋ ମନ ମନ୍ଦିରେ ବସାଇ ତୁମକୁ ଭଜୁଥିବି ହରି ହରି।   ନୁହେଁ ମୁଁ ସୁଦାମା ନୁହେଁ ରାଧାରାଣୀ ନୁହେଁ ବି ତୁମର ମୀରା, ଡାକୁଥିବି ପ୍ରଭୁ ତୁମ ବଡ଼ଦାଣ୍ଡେ ଆସୁ ଯେତେ ବର୍ଷା ଖରା, ଅଶାନ୍ତ ମୟ ଏ ଧରା ସୁଖ ଲୋଡାନାହିଁ ଶାନ୍ତି ଟିକେ […]

Subscribe US Now