ଶୁଭ ଶଙ୍ଖନାଦ – ପ୍ରଣତି ମହାପାତ୍ର

Views: 14
0 0
Read Time:1 Minute, 54 Second

 

ଦୁଃଖହାରୀ ବୋଲି ପଡୁଅଛି ହୁରି

ଆହେ ବିଶ୍ବବିହାରୀ,

ନିତି ଆସୁଅଛି ଗୁହାରୀ କରୁଛି

ଶୁଣୁନାହଁ କୃପାକରି,

ଅପେକ୍ଷା କରିଛି ହରି

ମୋ ମନ ମନ୍ଦିରେ ବସାଇ ତୁମକୁ

ଭଜୁଥିବି ହରି ହରି।

 

ନୁହେଁ ମୁଁ ସୁଦାମା ନୁହେଁ ରାଧାରାଣୀ

ନୁହେଁ ବି ତୁମର ମୀରା,

ଡାକୁଥିବି ପ୍ରଭୁ ତୁମ ବଡ଼ଦାଣ୍ଡେ

ଆସୁ ଯେତେ ବର୍ଷା ଖରା,

ଅଶାନ୍ତ ମୟ ଏ ଧରା

ସୁଖ ଲୋଡାନାହିଁ ଶାନ୍ତି ଟିକେ ପାଇଁ

ବିକଳ ହେଉଛି ପରା।

 

ଦୟାମୟ ତୁମେ ଦୟାକର ଟିକେ

ନିର୍ଦ୍ଦୟ କିମ୍ପାଇଁ କୁହ,

ତୁମ ମଧୁମୟ ଧରା ଯେ ବିଷାକ୍ତ

ଲହୁ ବହେ ହୋଇ ଲୁହ,

ସଭିଙ୍କର ଅଭିନୟ

ରାମକୃଷ୍ଣ ଅବା ବୁଦ୍ଧଯୀଶୁ ହୋଇ

ଶୁଭ ଶଙ୍ଖନାଦ ଦିଅ।

କଳୁଷ ହଟାଇ ଦିଅ।

 

ପ୍ରଣତି ମହାପାତ୍ର

ବାଲେଶ୍ଵର

Share this :
Next Post

ତୁମେ ମୋ ବନ୍ଧୁ ତୁମେ ମୋ ସଖା - ସଂଯୁକ୍ତ ସାହୁ

  ହେ ଈଶ୍ୱର କାହାକୁ ଗଢିଛ କେଉଁ ପ୍ରକାର କେହି ନୁହେଁ କାହାର । ହେ ଠାକୁର ତୁମେ ପରା ସର୍ବଚରାଚର ତୁମ ଅନନ୍ତ ଅପାର । ହେ ପରମେଶ୍ୱର ତୁମେ ମୋ ବନ୍ଧୁ ସଖା ସହୋଦର ତୁମେ ସତ୍ୟ ସୁନ୍ଦର । ହେ ଦୟାଳୁ ଠାକୁର ଅଢେଇ ଦିନ ରହଣି ମୋହର ଚାଲୁଛି ମୁଁ ତୁମ ଇଛାର । ହେ କରୁଣାକର ଗଢିଛ ଏ ଭଵ ପାରାବାର ଦେଇଛ […]

Subscribe US Now