ମୁଁ ତୁମର କେହି ନୁହଁ – ବଂଶୀଧର ପଣ୍ଡା

Views: 13
0 0
Read Time:1 Minute, 33 Second

 

ତୁମେ ଦେଇଥିବା ଗୋଲାପ ଫୁଲ କୁ

ଚାଳରେ ଦେଇଛି ଖୋସି

ତୁମର ସେ ସବୁ ପୁରୁଣା ଚିଠି କୁ

‌। ପଡୁନାହିଁ ଆଉ ବସି,

କାହିଁକି ଜାଣିଚ?

ଆଉ କା ଦେଉଳେ

ମୁଁ ଏବେ ଦେବଦାସୀ।

ବାଟ ଭୁଲି ଯାଇ ମୋ ଫୁଲ ସଵାରୀ

ଲାଗିଲା ଆଉ କା ଦ୍ବାରେ

ତାର ଲାଗି ପରା ଶୁଭ ମନାସୁଚି

ଦୀପ ଜାଳି ଚଉରା ରେ।

ତା ଦିଆ ସିନ୍ଦୂର ମଥାରେ ନାଇଁ ମୁଁ

ମୁହଁ ଦେଖେଆଇନାରେ।*

ମୋ ନାଁ ଲେଖି ମଙ୍ଗନ ହାଣ୍ଡି ରେ

ମନାସିଵ ନାହିଁ ଦିଅଁ,

ଏତିକି କହିବି ଭୁଲି ଯିବମୋତେ

ମୁଁ ତୁମର କେହି ନୁହଁ।

ଅଣଲେଉଟା ସେ ଋକୁଣା ରଥ ଯେ

ଅଫେରା ନଈ ରେ ସୁଅ।

 

ବଂଶୀଧର ପଣ୍ଡା

Share this :
Next Post

ନିଃଶଧ ନିଦାନ - ବେଣୁଧର ସୂତାର

ଆକୁଳପ୍ରାଣରେ ବ୍ୟାକୁଳତା ଭରି ଯାହାକୁ ଖୋଜଇ ମୁହିଁ ଭଗ୍ନ ଆଶାନେଇ ଠିକଣା ଖୋଜଇ ଠିକଣା ମିଳିବ କାହିଁ ଭରସା ସାଗର କୂଳେ ଅପେକ୍ଷା ବେଦିରେ ତୃଷ୍ଣା ଅଧୀରେ ମରୁ ମରୀଚିକା ଜାଳେ ।। କବିତାରଛନ୍ଦେ ଯାହାକୁ ଖୋଜେମୁଁ ନୀଳ ଶୂନ୍ୟତାର କୋଳେ ବ୍ୟସ୍ତବିଳାପର ଅସ୍ତ ଗୋଧୂଳି ମୁଁ ଏମାଟି ପଣତ ତଳେ ଯନ୍ତ୍ରଣା ମଦିରା ପିଏ ଅଭାବରେ ଭାବ ଚିତ୍ର ଆଙ୍କୁଥିବା ମୁଁ ବିରହୀ କବିଟିଏ ।। ସୂର୍ଯ୍ୟ ଶିଖାରେ […]

Subscribe US Now