ଜଣାଣ – ପିତାମ୍ବର ମାଝୀ

Views: 14
0 0
Read Time:2 Minute, 7 Second

 

ବୟସ ମୋହର ଗଡ଼ି ଗଡ଼ି ଯାଏ
ଦେହୁଁ ବଳ ଯାଏ କମି
ଭବ ସାଗରରୁ ଉଦ୍ଧାର କରିବ
ଆହେ ଜଗନ୍ନାଥ ସ୍ୱାମୀ l
ଯାଇ ପାରୁ ନାହିଁ ବଡ଼ ଦେଉଳକୁ
ତୁମରି ଦର୍ଶନ ପାଇଁ
ତୁମ ଭାବ ଡ଼ୋରୀ କେବେ ଲଗେଇବ
କହ ହେ କଳା ଗୋସେଇଁ l
ଆଖିକୁ ମୋହର ଦିଶୁ ନାହିଁ କିଛି
ତୁମେ ହିଁ ସାହାରା ମୋର
ତୁମ ଛଡ଼ା ଆଉ ଏଇ ଦୁନିଆରେ
କିଏ ଅଛି ଚକ୍ରଧର l
ତୁମଠି ବିଶ୍ୱାସ ରହିଅଛି ମୋର
ଶୁଣାଇବ ଗୀତା ଜ୍ଞାନ
ଜୀବନଟା କେବେ ଛାଡ଼ି ଚାଲିଯିବ
ଗଣେ ବସି ରାତି ଦିନ l
ଅନ୍ତ କାଳେ ମୋତେ ଆହେ ଜଗନ୍ନାଥେ
ଦେଇ ମୋତେ ଦରଶନ
ଧନ୍ଯ ହୋଇଯିବ ଜୀବନଟା ମୋର
ତୁମ ପାଦେ ଦେଇ ସ୍ଥାନ l
ମୁହିଁ ଅଛି ଦୁଃଖେ ତୁମେ ଅଛ ସୁଖେ
ଆରାମେ କଳା ଠାକୁର
ଅଧା ଗଢ଼ା ଦିଅଁ ତୁମ କଳା ମୁହଁ
ଦିଶୁଛି କେଡ଼େ ସୁନ୍ଦର l

ପୀତାମ୍ବର ମାଝୀ, ଭରୁଆମୁଣ୍ଡା
କୋମନା, ନୂଆପଡ଼ା

Share this :
Next Post

କଳା ମାଧବ - ଲକ୍ଷ୍ମୀ ପ୍ରିୟା ସେଠୀ

କଳା ମାଧବ ହେ ଦୀନ ବାନ୍ଧବ ତୁମ ଦ୍ୱାରେ ଦୁଃଖୀ ପଡ଼ି ଆଉ କେତେ କାନ୍ଦିବ…. ଜୀବନରେ ଥରେ ହେଲେ ନଦେଖିଲି କଳା ମୁଖ ତଥାପି କରୁନି ପ୍ରଭୁ ତିଳେ ମାତ୍ର ଅଭିଯୋଗ କେମିତି ଜୀଇଁଛି ପାପୀ ଥରୁଟିଏ ଆସି ଦେଖ ସୁଖରୁ ବଞ୍ଚିତ ହୋଇ କରୁଛି ହେ ଦୁଃଖ ଭୋଗ କଳା ମାଧବ ହେ ଦୀନ ବାନ୍ଧବ…।। ବଳକା ହେଲାଣି ଭୋକ ମୋର ଉଦର ଚିନ୍ତାରେ ଭିକାରୀ ହୋଇଣ […]

Subscribe US Now