କଳା ମାଧବ ହେ ଦୀନ ବାନ୍ଧବ
ତୁମ ଦ୍ୱାରେ ଦୁଃଖୀ ପଡ଼ି
ଆଉ କେତେ କାନ୍ଦିବ….
ଜୀବନରେ ଥରେ ହେଲେ
ନଦେଖିଲି କଳା ମୁଖ
ତଥାପି କରୁନି ପ୍ରଭୁ
ତିଳେ ମାତ୍ର ଅଭିଯୋଗ
କେମିତି ଜୀଇଁଛି ପାପୀ
ଥରୁଟିଏ ଆସି ଦେଖ
ସୁଖରୁ ବଞ୍ଚିତ ହୋଇ
କରୁଛି ହେ ଦୁଃଖ ଭୋଗ
କଳା ମାଧବ ହେ ଦୀନ ବାନ୍ଧବ…।।
ବଳକା ହେଲାଣି ଭୋକ
ମୋର ଉଦର ଚିନ୍ତାରେ
ଭିକାରୀ ହୋଇଣ ପ୍ରଭୁ
କର ପାତିଛି ଦୁଆରେ
ଷାଠିଏ ପଉଟି ଭାସେ
ତୁମ ସେ ବଡ଼ଦାଣ୍ଡରେ
ବିକଳ ଲୋତକେ ଦିନ
ଛିଣ୍ଡା ଲେଙ୍କଡ଼ାରେ ସରେ
କଳା ମାଧବ ହେ ଦୀନ ବାନ୍ଧବ…।।
ହଟିଆ ଠାକୁର ତୁମେ
ହଟ ଦେଖୁଛ ମୋହର
ଦୀନ ଦୁଃଖୀ ମାଗେ ଆଜି
ତବ ଚରଣେ ଶରଣ
ତୁମେ କି ଦୋଷେ ପାଷାଣ
ଦୁଃଖ ହେଲା ମୋ ଭୂଷଣ
ନ ଚାହିଁଲେ ନିଅ ଆହେ
ପ୍ରଭୁ ପିଣ୍ଡରୁ ପରାଣ
କଳା ମାଧବ ହେ ଦୀନ ବାନ୍ଧବ…।।
ମୋ କଳା ମାଧବ ହେ ଦୀନ ବାନ୍ଧବ
ତୁମ ଦ୍ୱାରେ ଦୁଃଖୀ ପଡ଼ି
ଆଉ କେତେ କାନ୍ଦିବ….
ଲକ୍ଷ୍ମୀ ପ୍ରିୟା ସେଠୀ
ଦେଉଳି , ଯାଜପୁର
Readers Interaction