ଶିବ ମହିମା – ବାସନ୍ତୀ ଲତା ଜେନା

Views: 14
0 0
Read Time:5 Minute, 8 Second

 

ଦେବ ଦେବ ମହାଦେବ ହେ ଶିବ ଶଙ୍କର
କୃଷ୍ଣ ଚତୁର୍ଦ୍ଦଶୀ ହେଲା ସଂସାର ସମ୍ଭାର,
ସଂସାର ରକ୍ଷକ ତୁମେ ହେ ମଙ୍ଗଳମୟ
ଯେ ତୁମ ମହିମା ଗାଏ ସେ ତୁମର ପ୍ରୀୟ l୧l

ଦେବ ଓ ଅସୁର କଲେ ସମୁଦ୍ର ମନ୍ଥନ
ଅମୂଲ୍ୟ ରତ୍ନ ବାହାରେ କରିଲେ ବଣ୍ଟନ,
ସର୍ବ ଶେଷେ ବାହାରିଲା ହଳାହଳ ବିଷ
ବ୍ୟାପି ଗଲା ବହୁ ଦୂର ପୃଥିବୀ ଆକାଶ l୨l

ବିଷ ପାନ କରିବାକୁ କେ ରାଜି ନ ହେଲେ
ସୃଷ୍ଟି ରକ୍ଷା ପାଇଁ ଶିବ ଗରଳ ପିଇଲେ,
ବିଷର ଜ୍ୱାଳାରେ ରୁଦ୍ର ହୋଇଲେ ମୂର୍ଛିତ
ଚନ୍ଦ୍ର ନାଗ ସୁଶୀତଳ ଶରୀରେ ଲେପିତ l୩l

ଦେବ ଶୈବ ଭକ୍ତ ଗଣ ରାତ୍ରି ଉଜାଗର
ଅଖଣ୍ଡ ଦୀପ ଜାଳିଣ ଜଗିଲେ ଠାକୁର,
ସୁଗନ୍ଧ ଜଳକୁ ମୁଖ ମଣ୍ଡଳେ ଛିଞ୍ଚିଲେ
ନମଃ ଶିବାୟ ନାମ କୁ ଉଚ୍ଚାରଣ କଲେ | |୪|

କୃଷ୍ଣ ଚତୁର୍ଦ୍ଦଶୀ ଥିଲା ସେହି ଦିନ ପରା
ଶିବରାତ୍ରି ପାଳନ ରେ ହସି ଉଠେ ଧରା,
ଶିବରାତ୍ରି ର ମହିମା ମହାଭାରତରେ
ଶର ଶର୍ଯ୍ୟା ପିତାମହ ଚିତ୍ରଭାନୁ ତାରେ | |୫|

ଜମ୍ବୁ ଦୀପ ର ରାଜନ, ଚିତ୍ରଭାନୁ ଥିଲେ
ତାଙ୍କ ପତ୍ନୀ ଶିବରାତ୍ରି ପାଳନ ଯେ କଲେ,
ଅଷ୍ଟ ବକ୍ର ଦରବାରେ, ପାଳନ ଉଦେଶ୍ୟ
ରାଜାଙ୍କୁ ପୁଛିଣ ଥିଲେ, ସଂଶୟ କଳୁଶ |୬|

ପୂର୍ବ ଜନ୍ମର ସ୍ମରଣ ରାଜାଙ୍କର ଥିଲା
ଶିକାର ଉଦେଶ୍ୟ ବନେ, ସନ୍ଧ୍ୟା ହୋଇଗଲା,
ହିଂସ୍ରଜନ୍ତୁ ଆକ୍ରମଣୁ ରକ୍ଷା ପାଇବାକୁ
ବେଲ ବୃକ୍ଷେ ଚଢ଼ି ଗଲେ ରାତ୍ରି କାଟିବାକୁ |୭|

ବେଲ ପତ୍ର ଛିଣ୍ଡାଇଣ ତଳେ ପକାଇଲା
ନିଜ ଲୋକ କଥା ଭାଳି ଅଶ୍ରୁ ଝରାଇଲା,
ବିଲ୍ଵ ବୃକ୍ଷେ ତଳେ ଥିଲା ଲିଙ୍ଗ ଶିବଙ୍କର
ଲୁହ ବେଲ ପତ୍ର ପାଇ ଯାଚି ଦେଲେ ବର | |୮|

ମୃତ୍ୟୁ ପରେ ଶୈବାଳୟ ବ୍ୟାଧ ଗଲା ଚାଲି
ଶିବଙ୍କର ମହିମା ଯେ କେ ପାରିବ କଳି,
ଆଜି ସେହି ଶିବରାତ୍ରି ଶୈବ୍ୟ ଭକ୍ତ ଗଣ
ଶିବ ପୀଠ ଶୈବ୍ୟମୟ ପୁଲକିତ ପ୍ରାଣ |୯|

ଲିଙ୍ଗରାଜ ଗୁପ୍ତେଶ୍ୱର କପିଳାଶ ଧାମ
ଆରଡ଼ି ହରିଶଙ୍କର ପ୍ରଭୁଙ୍କର ନାମ
ଆଶୁତୋଷ ପଶୁପତି ମଙ୍ଗଳ ମୂରତି
ଦୀନ ଦୁଃଖି ଜନେ କୃପା ଢାଳ ମହାଯତି |୧୦|

ବାସନ୍ତୀ ଲତା ଜେନା
ଗାନ୍ଧୀନଗର, ନବରଙ୍ଗପୁର l

Share this :
Next Post

ପ୍ରେମ ମନର ଆବେଗ - ସୁରେନ୍ଦ୍ର କୁମାର ବେହେରା

ଭଲ ପାଇବାଟା ମନର ଆବେଗ ହୃଦୟର ପ୍ରୀତି ନିଶା ମନ ପସନ୍ଦର ମନ ମିଳିଗଲେ ଆଖିରେ ପ୍ରୀତିର ଦିଶା ।1। ଭଲ ପାଇବାର ଚୁମ୍ବକୀୟ ଗୁଣ ଆଖି ଇସରାରେ ଥାଏ ଏମନକୁ ଥରେ ପ୍ରେମ ଛୁଇଁଦେଲେ ମଲା ଯାଏ ମନ ଦହେ ।2। ପ୍ରେମପାଇଁ ମନେ ଅସ୍ମିତା ଆସିଲେ ପ୍ରେମ ପାଠ ଭାରି କଷ୍ଟ ବିରହ ନିଆଁରେ ଜଳାଇ ମାରିବ ଭଲ ପାଇବାରେ ଫାଟ ।3। ଆକର୍ଷଣ ମନ ହୃଦୟ […]

Subscribe US Now