Read Time:1 Minute, 52 Second
ଭଲ ପାଇବାଟା ମନର ଆବେଗ
ହୃଦୟର ପ୍ରୀତି ନିଶା
ମନ ପସନ୍ଦର ମନ ମିଳିଗଲେ
ଆଖିରେ ପ୍ରୀତିର ଦିଶା ।1।
ଭଲ ପାଇବାର ଚୁମ୍ବକୀୟ ଗୁଣ
ଆଖି ଇସରାରେ ଥାଏ
ଏମନକୁ ଥରେ ପ୍ରେମ ଛୁଇଁଦେଲେ
ମଲା ଯାଏ ମନ ଦହେ ।2।
ପ୍ରେମପାଇଁ ମନେ ଅସ୍ମିତା ଆସିଲେ
ପ୍ରେମ ପାଠ ଭାରି କଷ୍ଟ
ବିରହ ନିଆଁରେ ଜଳାଇ ମାରିବ
ଭଲ ପାଇବାରେ ଫାଟ ।3।
ଆକର୍ଷଣ ମନ ହୃଦୟ ଦହନ
ବିକାର ଛୁଇଁଲେ ମନ
ଭଲ ପାଇବାର ଅପାସୋରା ସ୍ମୃତି
ହୃଦୟ କରେ ବିଦୀର୍ଣ୍ଣ ।4।
ଭଲ ପାଇବାରେ ଆଶା ନିରାଶରେ
ଲେଖି ପ୍ରୀତି ଇସ୍ତାହାର
ବିରହରେ ଜାଳେ ହୃଦୟେଶ୍ୱରୀକୁ
ମୋପ୍ରେମରେ ବାରମ୍ବାର ।5।
ସୁରେନ୍ଦ୍ର କୁମାର ବେହେରା ।
ଜିତିପୁର ,ହରିପୁର ହାଟ ,ଯାଜପୁର ।
Readers Interaction