ଆମେ ଚାହୁଁ ଶାନ୍ତି – ଇ.ଚନ୍ଦ୍ରଶେଖର ଦାସ

Views: 12
0 0
Read Time:1 Minute, 54 Second

 

ଦୁଇ ଦେଶ ମଧ୍ୟେ ଯୁଦ୍ଧଲାଗେ ଯେବେ
ନିରୀହ ଲୋକ ମରଇ
କି ମିଳଇ କୁହ କାହା ପାଇଁ ତୁମେ
ମାରୁଛ ଜୀବନ ଦେଇ |

ଦେଶ ଦେଶ ମଧ୍ୟେ ସୀମାର ବିବାଦ
ସବୁବେଳେ ଲାଗିଅଛି
ନିଜ ଅକ୍ତିଆର କରିବ ଯାହାର
ବଳ ଅଧିକା ରହିଛି |

କଥା ଏଠି କିଛି କାମ ଦେଉନାହିଁ
ଅସ୍ତ୍ର ସବୁଠାରୁ ବଡ଼
ଯାହା ପାଖେ ଯେତେ ରହିଥିବ ଅସ୍ତ୍ର
ସିଏ ହିଁ ଜିତିବ ଗଡ଼ |

ଦୁଇ ବିଶ୍ୱ ଯୁଦ୍ଧ ଦୁନିଆ ଦେଖିଛି
ଥିଲା କେତେ ଭୟଙ୍କର
ତୃତୀୟ ଯୁଦ୍ଧକୁ ନିମନ୍ତ୍ରିତ କଲେ
ରହିବନି ଏ ସଂସାର |

ଶାନ୍ତିର ପଥକୁ ଆପଣାର କର
ଯୁଦ୍ଧ ନୁହେଁ ସମାଧାନ
ଜିଦ୍ଦି ଛାଡ଼ିଦେଇ ଭାଇଚାରା ରଖ
ଶାନ୍ତ କରି ଦେଇ ମନ |

 

ଇଂ ଚନ୍ଦ୍ରଶେଖର ଦାସ
ଯାଜପୁର ଟାଉନ

Share this :
Next Post

ପ୍ରକୃତି - ଡ ପ୍ରିୟମ୍ବଦା ସାମଲ

ଈଶ୍ବର ରଚିଲେ ଏ ସୁନ୍ଦର ଧରା ପ୍ରକୃତି ତାଙ୍କର ଦାନ ପ୍ରକୃତି ଆମର ଜୀବନର ଗାଥା ଆମ ପାଇଁ ବରଦାନ। ତା’ପାଣି ପବନ ଆମର ଜୀବନ ଫଳ ପୁଷ୍ପ ଶସ୍ଯ ପ୍ରାଣ ତାହାର ସୁରକ୍ଷା ଆମର କର୍ତ୍ତବ୍ଯ ତା’ବିନା ଆମେ ନିଷ୍ପ୍ରାଣ। ଅରଣ୍ଯ ବନାନୀ ପର୍ବତ ନିର୍ଝର ଶୋଭା ସତେ ଭରପୁର ବିହଙ୍ଗ କାକଳୀ ସୁମନ ବର୍ଣ୍ଣାଳୀ ସତେ ବା ସରଗ ପୁର। ପୁଷ୍ପର ଶୋଭନ ସୁରଭି ନର୍ତ୍ତନ ବିବିଧ […]

Subscribe US Now