ହେ ନୀଳକଣ୍ଠେଶ୍ଵର – ସୁଚିତ୍ରା ରଣା

Views: 10
0 0
Read Time:1 Minute, 22 Second

ହେ ନୀଳକଣ୍ଠେଶ୍ଵର ଜଗତ ଈଶ୍ୱର
ପାପ ନାଶ କର ହେ ମହେଶ୍ୱର (1)
ଯୋଗୀ ମହଯୋଗୀ ଶିବ ଶଙ୍କର
ପାର୍ବତୀ ପତି ମୋ ପରମେଶ୍ୱର (2)
ଦେବ ମହାଦେବ ବାଳୁଙ୍ଗେଶ୍ୱର
କଲ୍ୟାଣକାରୀ ହେ ଧବଳେଶ୍ୱର (3)
ଆଶ୍ରିବାଦ ଥିଲେ ଆସେନି ଡର
ବିପଦନାଶନ ହର ତୁମେ ହର (4)
ହେ ସିଂହନାଥ ଦେବ ସର୍ବ ଲୀଳାମୟ
ଦୁରିତ କର ଅଛି ମାୟାମୋହ (5)
ଶୋଭା ତୁମ କୁ ଅରଖ ହାର
ଚମ୍ପା ଗୟସ ବେଲପତର (6)
ଦୀପ ଜାଳେ ଆଜି ଉଜାଗରେ ବସି
ଜଗତରୁ ଦିଅ ପାପ କୁ ନାସି (7)

ସୁଚିତ୍ରା ରଣା
ଅରାଙ୍ଗ, ଖୋର୍ଦ୍ଧା

Share this :
Next Post

ଷଡ଼ଯନ୍ତ୍ର - ସୁକାନ୍ତ ଖଣ୍ଡା

ନୂଆ କି ବାହା ହୋଇଥିବା ଝିଅଟି ବୋହୂ ହୋଇଗଲା ଗୋଟେ ମନ୍ଦିର ତୋଳିବାକୁ ଗୋଟେ ସ୍ବର୍ଗ ବନେଇବାକୁ ଶପଥ ନେଇଥିଲା ବାହା ବେଦୀରେ ତା’ ବାପା ବି ଦଶ ଦୋଷ କ୍ଷମା ମାଗିଥିଲା ସଭିଙ୍କ ସାମ୍ନାରେ। କିନ୍ତୁ ସ୍ବେଚ୍ଛାରାରୀ ବୋହୂଟି ରଚି଼ଲା ଷଡଯନ୍ତ୍ର ଯେବେ ଧରା ପଡି଼ଗଲା ସ୍ବାମୀର ଅନୁପସ୍ଥିତିରେ ଖେଳୁଥିଲା ଉନ୍ମତ ହୋଇ ଯେମିତି ଡରେ ନାହିଁ ସମୁଦ୍ରର ତରଙ୍ଗ ପବନର ଗୀତ ନୀରବତା ଆଉ ବି ଡହଡ଼ହ […]

Subscribe US Now