Read Time:1 Minute, 43 Second
ମା ର ପଣତ କାନି ଧରିକରି…
ଚାଲିବା ଦିନେ ଶିଖିଲି…
ଖେଳ କୁଦ କରି ଥକି ଯାଉଥିଲେ…
ତା ଉହାଡ଼େ ଶୋଉଥିଲି !!
ସ୍କୁଲ ଯିବା ବେଳାରେ ମା ମୋ..
ବଦନ ମୋ ପୋଛୁଥିଲେ…
ଲେଉଟି ଆସିଲେ ଥକି ହାରି ମୁଁ..
ବିଞ୍ଚଣା ପରି ବିଂଚୁଥିଲେ !!
କିଶୋର ସମୟେ ବାହାରକୁ ଗଲେ.,
ମା କାନିରେ ଝାଳ ପୋଛେ….
କିଛି ଦିନ ଯଦି ବାହାରେ ରହିଣ…
ମା କାନି ମନରେ ଆସେ !!
ବିବାହ ସରିଛି,ପତ୍ନୀ ସାଥେ ଅଛି…
ଖାଇବା ସାରିବା ପରେ…
ମୁହଁ ପୋଛିବାକୁ.ମା କାନି ଖୋଜେ…
କୋଳେଇ ନିଏ ସତ୍ୱରେ !!
ଷାଠିଏ ଛୁଇଁଲା.. ମା ଚାଲିଗଲା…
ତା କଥା ଭାରି ମନେଆସେ ….
ତା ପଣତ କାନି.ଆଉ ଯେ ଦିଶୁନି..
ସ୍ମୃତିରେ ଚେହେରା ଦିଶେ !!
ନିର୍ମଳ ନାୟକ, ନାଗପୁର
Readers Interaction