ଆମ ଅଧିକାର – ପ୍ରିୟମ୍ବଦା ରାଉତ

Views: 15
0 0
Read Time:2 Minute, 55 Second

ସମ୍ବିଧାନ ଅଟେ ରାଷ୍ଟ୍ରର ମୌଳିକ
ଆଇନ ପୁସ୍ତକ ଜାଣ,
ସରକାରଙ୍କର କ୍ଷମତା, ଯୋଗ୍ୟତା
ଅଧିକାର ଜନତାର l
କର୍ତ୍ତବ୍ୟ ସହିତେ ଆଇନ, କାନୁନ
ରହିଅଛି ଲେଖା ହୋଇ,
ସମାନତା, ସ୍ୱାଧୀନତା ଧର୍ମଗତ
ବ୍ୟକ୍ତିର ବିକାଶ ପାଇଁ l
ସାଂସ୍କୃତିକ, ଶିକ୍ଷାଗତ ଅଧିକାର
ଶୋଷଣର ବିରୁଦ୍ଧର,
ସାମ୍ବିଧାନିକ ପ୍ରତିକାର ବ୍ୟବସ୍ଥା
ଛଅ ଗୋଟି ଅଧିକାର l
ଅଧିକାର ସଙ୍ଗେ ମୌଳିକ କର୍ତ୍ତବ୍ୟ
ନାଗରିକର ରହିଛି,
ଜାତୀୟ ପତାକା ଜାତୀୟ ସଂହତି
ପରମ୍ପରା ଓ ସଂସ୍କୃତି l
ଭାରତର ସର୍ବଭୌମତ୍ୱ, ଏକତା
ଅଖଣ୍ଡତା ଓ ସୁରକ୍ଷା,
ପ୍ରାକୃତିକ ପରିବେଶର ସୁରକ୍ଷା
ଆବର ମାନବିକତା l
ଅଧିକାର ଆମ ଛଅଟି ରହିଛି
କର୍ତ୍ତବ୍ୟ ମୋର ଅନେକ,
ଅଧିକାର ସଙ୍ଗେ କର୍ତ୍ତବ୍ୟ କରିଲେ
ଦେଶର ବଢିବ ଟେକ l
ସ୍ୱାଧୀନତା ଜନ୍ମଗତ ଅଧିକାର
ସ୍ବେଛାଧୀନ ହେବା ନାହିଁ,
ସ୍ୱାଧୀନତା ନାମେ ଭ୍ରଷ୍ଟାଚାର କଲେ
ଦେଶ ଆଗେଇବ ଭାଇ ?
ସ୍ୱାଧୀନ ଦେଶରରେ ପରାଧୀନ ସମ
ଜୀବନ ଆମ ବିତୁଛି,
ସ୍ୱାଧୀନତା ନାମେ ଗୋଲାମୀ କରିଣ
ଡିଣ୍ଡିମ ପିଟା ଚାଲିଛି l

ପ୍ରିୟମ୍ବଦା ରାଉତ, କୁଡୁମୁଲୁଗୁମ୍ମା, ମାଲକାନଗିରି

Share this :
Next Post

ମନେ ଜାଗେନି କି ସଙ୍କା - ସୁସ୍ମିତା ଶତପଥି

  ରାଜନୀତି ଥିଲା ଜାତି ପ୍ରିତୀ ଥିଲା ଥିଲା ସ୍ୱାଭିମାନ ଭରି ପ୍ରବାଦ ପୁରୁଷ ବିଜୁବାବୁଙ୍କର ସ୍ୱପ୍ନ ଥିଲା ଅସୁମାରୀ। କଳିଙ୍ଗର ଧ୍ଵଜା ଶିଖର ଛୁଇଁଵ କଳିଙ୍ଗ ହୋଇବ ଶ୍ରେଷ୍ଠ ସେହି ନିଷ୍ଠା ବଳେ” କଳିଙ୍ଗ ସମ୍ମାନ” କରିଗଲେ ପ୍ରତିଷ୍ଠିତ। ଶତସିଂହର ପରାକ୍ରମ ନେଇ ରଚିଗଲେ ଇତିହାସ “ଭୂମିପୁତ୍ର” ଉପାଧି ମଣ୍ଡିତ ଧରି ଅଦମ୍ୟ ସାହସ। ଦେଶବିଦେଶରେ ଓଡ଼ିଆର ମାନ ଦୃଢକଣ୍ଠେ ଉଦ୍ ଘୋଷିଣ ଅନନ୍ୟ ସମ୍ମାନ ଅଚିରେ ସାଉଁଟି […]

Subscribe US Now