ମନେ ଜାଗେନି କି ସଙ୍କା – ସୁସ୍ମିତା ଶତପଥି

Views: 14
0 0
Read Time:3 Minute, 16 Second

 

ରାଜନୀତି ଥିଲା ଜାତି ପ୍ରିତୀ ଥିଲା
ଥିଲା ସ୍ୱାଭିମାନ ଭରି
ପ୍ରବାଦ ପୁରୁଷ ବିଜୁବାବୁଙ୍କର
ସ୍ୱପ୍ନ ଥିଲା ଅସୁମାରୀ।
କଳିଙ୍ଗର ଧ୍ଵଜା ଶିଖର ଛୁଇଁଵ
କଳିଙ୍ଗ ହୋଇବ ଶ୍ରେଷ୍ଠ
ସେହି ନିଷ୍ଠା ବଳେ” କଳିଙ୍ଗ ସମ୍ମାନ”
କରିଗଲେ ପ୍ରତିଷ୍ଠିତ।
ଶତସିଂହର ପରାକ୍ରମ ନେଇ
ରଚିଗଲେ ଇତିହାସ
“ଭୂମିପୁତ୍ର” ଉପାଧି ମଣ୍ଡିତ
ଧରି ଅଦମ୍ୟ ସାହସ।
ଦେଶବିଦେଶରେ ଓଡ଼ିଆର ମାନ
ଦୃଢକଣ୍ଠେ ଉଦ୍ ଘୋଷିଣ
ଅନନ୍ୟ ସମ୍ମାନ ଅଚିରେ ସାଉଁଟି
ଧନ୍ୟ ହୋଇଲା ମରଣ।
ଶେଷଯାତ୍ରା ସହ ତିନି ଦେଶର ପତାକା
ସାକ୍ଷୀ ହୋଇ ରହିଗଲା
ଭାରତ,ଋଷ, ଇଣ୍ଡୋନେସିଆ ସ୍ତବ୍ଧ
ସମ୍ମାନରେ ଭରିଦେଲା।
ପ୍ରଵାଦ ପୁରୁଷଙ୍କ ଉତ୍ତର ଦାୟଦ
ଶାସନର ଭାର ନେଇ
ରାଜନୀତି ନାମେ କଳଙ୍କ ରଟାନ୍ତି
ନିଜ ସ୍ୱାର୍ଥେ ଅନ୍ଧ ହୋଇ।
ଭ୍ରଷ୍ଟାଚାର,ମଦ ମାଡ଼ି ମାଡ଼ି ଚାଲେ
ଯୁବକ ଦାଦନେ ଖଟେ
ପାଞ୍ଚଟଙ୍କିଆ ଆହାର ଯୋଗାଇ
ସ୍ୱାଭିମାନ ସବୁ ଲୁଟେ।
ସମ୍ପଦରେ ଭରା ମୋ ଉତ୍କଳ ପରା
ଭାଗ୍ୟ ରବି ଉଏଁ ନାହିଁ
ଅଯୋଗ୍ୟ ଦାୟଦ ଭାଙ୍ଗେ ନାହିଁ ନିଦ
ଦିବସ ପାଳୁଛ କାହିଁ?
ପଞ୍ଚାୟତିରାଜ ଦିବସ ପାଳନ
ପ୍ରହସନ ପ୍ରହେଳିକା
ଆଦର୍ଶ ବୋଧକୁ ସମାଧି ଦେଇଣ
ମନେ ଜାଗେନି କି ଶଙ୍କା?

ସୁସ୍ମିତା ଶତପଥି
ଅଧ୍ୟାପିକା, ଟ୍ରାଇଡେଣ୍ଟ ଇଂ କଲେଜ
ଭୁବନେଶ୍ୱର

Share this :
Next Post

ଶ୍ରୀମନ୍ଦିର ନୀଳଚକ୍ର - ରତିନାରାୟାଣ ରାଉତ

ନୀଳାଚଳ ଧାମେ ଶ୍ରୀମନ୍ଦିର ଚୂଳେ ନୀଳଚକ୍ର ଶୋଭା ପାଏ ନୀଳଚକ୍ରେ ନେତ ପତିତପାବନ ଭକ୍ତ ଜନେ ଡାକି ଥାଏ || ସୁଦର୍ଶନଙ୍କର ଅବତାର ସେହି ଚକ୍ରମଣୋହି କରନ୍ତି ପଞ୍ଚକୋଶୁ ଭକ୍ତ ଦରଶନେ ତାଙ୍କ ଜାଗା ଆଶିଷ ପାଆନ୍ତି || ନୀଳଚକ୍ରଙ୍କର ଗରୁଡ଼ ସେବକ ଚୁନେରା ନେତ ବାନ୍ଧନ୍ତି ପ୍ରାତେ ନୀଳଚକ୍ର ରଙ୍ଗ ଧଳା ଦିଶେ ସନ୍ଧ୍ୟାରେ ନୀଳ ଦିଶନ୍ତି || ଉଚ୍ଚତା ଯାହାର ଏଗାର ଫୁଟଓ ଆଠ ଇଞ୍ଚ ହୋଇଅଛି […]

Subscribe US Now