ଶ୍ରୀମନ୍ଦିର ନୀଳଚକ୍ର – ରତିନାରାୟାଣ ରାଉତ

Views: 15
0 0
Read Time:2 Minute, 6 Second

ନୀଳାଚଳ ଧାମେ ଶ୍ରୀମନ୍ଦିର ଚୂଳେ
ନୀଳଚକ୍ର ଶୋଭା ପାଏ
ନୀଳଚକ୍ରେ ନେତ ପତିତପାବନ
ଭକ୍ତ ଜନେ ଡାକି ଥାଏ ||
ସୁଦର୍ଶନଙ୍କର ଅବତାର ସେହି
ଚକ୍ରମଣୋହି କରନ୍ତି
ପଞ୍ଚକୋଶୁ ଭକ୍ତ ଦରଶନେ ତାଙ୍କ
ଜାଗା ଆଶିଷ ପାଆନ୍ତି ||
ନୀଳଚକ୍ରଙ୍କର ଗରୁଡ଼ ସେବକ
ଚୁନେରା ନେତ ବାନ୍ଧନ୍ତି
ପ୍ରାତେ ନୀଳଚକ୍ର ରଙ୍ଗ ଧଳା ଦିଶେ
ସନ୍ଧ୍ୟାରେ ନୀଳ ଦିଶନ୍ତି ||
ଉଚ୍ଚତା ଯାହାର ଏଗାର ଫୁଟଓ
ଆଠ ଇଞ୍ଚ ହୋଇଅଛି
ସାତଫୁଟ ଛଅ ଇଞ୍ଚ ପ୍ରସ୍ତ ଯାର
ଆଠଟି ଅର ରହିଛି ||
ନୀଳଚକ୍ର ଅଧା ଲୁହାରେ ତିଆରି
ତମ୍ବାରେ ତିଆରି ପାଏ
ସୁନା ରୂପା ଦସ୍ତା ପାରା ରଙ୍ଗ ସୀସା
ଅଷ୍ଟ ଧାତୁ ରହି ଥାଏ ||
ନୀଳଚକ୍ର ସାଥେ ଚଉଦ ହାତୀଆ
ପତିତପାବନ ଥାଏ
ଦର୍ଶନେ ସେଦୁଈ ଭକତ ଜନଙ୍କ
ସବୁ ପାପ ଧୋଇ ନିଏ ||

ରତିନାରାୟଣ ରାଉତ |
ହରିଚନ୍ଦନପୁର, କେନ୍ଦୁଝର, ଓଡିଶା

Share this :
Next Post

ଆପେ ବଞ୍ଚିଥିଲେ - ଶ୍ରୀରାମ ସାହୁ

ନିଶାମୁକ୍ତ ଅଭିଯାନ ଘନଘଟା ଛାଇ ଆଲୁଅରେ। ଛାରଖାର କରିଦେବ ଦୁନିଆଁକୁ ବୋଲିତ ଦିନତମାମ ମେଳିବାନ୍ଧି କାନ୍ଧରେ କାନ୍ଧ ମିଶାଇ ସଚେତନ ମହିଳା ସମିତି।। ଗାଁ ପଲ୍ଲୀ ମଫସଲ ସବୁସଫା..! କାହାଘରେ ଶୁଭୁ ନାହିଁ ରାତି ଅଧରେ ବିକଟାଳ କାନ୍ଦଣା ଲହରି। ଧନ୍ୟ କହିବା କାହାକୁ ସହର ଗଳି ରାସ୍ତାରେ ଚାଲିଯିବାକୁ ଭୟ। ମଦୁଆଙ୍କ ଦୌରାତ୍ମ୍ୟା। ସ୍ୱର ଉଠାଇବାକୁ ହେବନାହିଁ ରାଜସ୍ବ ବୁଡ଼ିଯିବ ବୋଲି।। ଶ୍ରୀରାମ ସାହୁ କନ୍ଧମାଳ,ଫୁଲବାଣୀ

Subscribe US Now