ବିରହ – କଳ୍ପନା ରାୟ

Views: 13
1 0
Read Time:3 Minute, 4 Second

 

ବିରହଟା ଖାଲି ଦିଏ ନାହିଁ
ଅଭବୀ ଯାତନା ଓ କଷ୍ଟ
ତା’ ଭିତରେ ବି ଆଣିଦେଇଥାଏ
ରୋମାଂଚ, ସ୍ବପ୍ନ ଓ ଫଳ ସୁମିଷ୍ଟ. .. 1

ମିଠାପଣ ତାର ଅଲଗା କରେ
ସମୟର ଯାତନାକୁ
ପ୍ରତି ମୂହୁର୍ତରେ ଆଣି ଦେଇଥାଏ
ନୂଆ ନୂଆ ସୁଖ ସ୍ବପ୍ନକୁ……………..2

ଦିନର ମହତ୍ତ୍ବ ଜଣାପଡେ ସିନା
ଆସିଲେ ରାତିର କାଳିମା
ଦୁର୍ଗନ୍ଧ ମନକୁ ଚହଲାଇ ଦିଏ
ସୁଗନ୍ଧ ଫୁଲର ବାସ୍ନା……. …. ……3

ବିରହ ନ ଥିଲେ ନ ଥାଏ ମିଳନ
ଯେମିତି ଆକାଶରେ ଥାଏ ଜହ୍ନ
ଜହ୍ନ ରାତିଟା ବି କେଡେ ମନଲୋଭା
ତା’ ଭିତରେ ଦିଶେ ପ୍ରିୟା ମୁହଁ ପ୍ରଭା….4

ବିରହ ବିଧୂର ଋତୁଟି ଉତ୍ତମ
ନ ଥାଏ ପ୍ରିୟାର ଝମଝମ, ତମତମ
ନ ଥାଏ ସେଥିରେ ରାଗ ଆଉ ରୋଷ
ଖାଲିଥାଏ ସେଠି ବିଶ୍ବାସ,ଅନୁତାପ,ଉଚ୍ଛ୍ବାସ…5

ଯେତେ ଦୂରେଇ ଗଲେ ବି
ମନଟା ବୁଝେନି ଜମା
ବିରହରେ ଜହ୍ନ ଦିଶଇ
ଅତ୍ୟନ୍ତ ଉତ୍ତମା, ମନୋରମା……….6

ଫୁଲଝାଡୁ ଧରି ସତେକି
ସଫା କରୁଥାଏ ମନର ଅଳିଆକୁ
ଆଗାମୀ ଶିଶୁର ଆଗମନ ପାଇଁ
ଭୂଲିଥାଏ ମାଆ ସଦ୍ୟ ମୃତ୍ୟୁ
ଲଭିଥିବା ପୁଅକୁ…………..7

ଝଡ ପରେ ଶାନ୍ତି, ରାତିପରେ ଦିନ
ଏ ତ ବିଧିର ବିଧାନ
ସୁଧିବୃନ୍ଦ, ନ ହୁଅ ଉଚ୍ଛନ୍ନ,ଶାନ୍ତି କରିମନ
ବିରହର କର ରସ ଆସ୍ବାଦନ………..8

କଳ୍ପନା ରାୟ, ଲଇଡା, ସମ୍ବଲପୁର

Share this :
Next Post

ଜାଗର - ସଂଯୁକ୍ତା ସାହୁ

ହବ ଶିବ ଶମ୍ଭୁ ନଟନ ସୁନ୍ଦର ହର ହର ମହାଦେବ ହେ ପାର୍ବତୀ ପତି ,ମହେଶ୍ୱର ଆଜି ତୁମ ଜାଗର ଉତ୍ସବ ହେ ଶଙ୍କର,ଚନ୍ଦ୍ରଶେଖର ପ୍ରଭୁ ନୀଳକଣ୍ଠ ,ହଳହଳା ଧର ଭକ୍ତ ଆଜି ଅର୍ଘ୍ୟ ଢାଳୁଛି ତୁମକୁ ଅଖଣ୍ଡ ଦୀପ ଜାଳି ଉଜାଗର । ହେ କୈଳାସବାସୀ,ସତ୍ୟ ସୁନ୍ଦର ପଶୁପତି ନାଥ,ଲିଙ୍ଗେଶ୍ୱର ଅତି ପ୍ରିୟ ତୁମର ବେଲ ପତର ଢାଳୁଥାଅ ସଦା କରୁଣାର ଝର । ହେ ପଶୁପତିନାଥ ତ୍ରିଲୋଚନ […]

Subscribe US Now