Read Time:1 Minute, 27 Second
ହବ ଶିବ ଶମ୍ଭୁ ନଟନ ସୁନ୍ଦର
ହର ହର ମହାଦେବ
ହେ ପାର୍ବତୀ ପତି ,ମହେଶ୍ୱର
ଆଜି ତୁମ ଜାଗର ଉତ୍ସବ
ହେ ଶଙ୍କର,ଚନ୍ଦ୍ରଶେଖର ପ୍ରଭୁ
ନୀଳକଣ୍ଠ ,ହଳହଳା ଧର
ଭକ୍ତ ଆଜି ଅର୍ଘ୍ୟ ଢାଳୁଛି ତୁମକୁ
ଅଖଣ୍ଡ ଦୀପ ଜାଳି ଉଜାଗର ।
ହେ କୈଳାସବାସୀ,ସତ୍ୟ ସୁନ୍ଦର
ପଶୁପତି ନାଥ,ଲିଙ୍ଗେଶ୍ୱର
ଅତି ପ୍ରିୟ ତୁମର ବେଲ ପତର
ଢାଳୁଥାଅ ସଦା କରୁଣାର ଝର ।
ହେ ପଶୁପତିନାଥ ତ୍ରିଲୋଚନ
ଅରଖ,ଗଇଶ ପ୍ରିୟ ତୁମର
ହେ ନିଲାକଣ୍ଠେସ୍ୱର,ଆଖଣ୍ଡଳମଣି
କୃପା ରଖିଥାଅ ନିରନ୍ତର ।
ସଂଯୁକ୍ତା ସାହୁ
ରାହାମା
ଜଗତସିଂହପୁର ।
Readers Interaction