ଗର୍ବ କଲେ ଖର୍ବ ହୁଏ କାଳେ ସର୍ବ – ସୀମାଞ୍ଚଳ ପଣ୍ଡା

Views: 15
0 0
Read Time:2 Minute, 51 Second

 

ସୂର୍ଯ୍ୟ ଚନ୍ଦ୍ର ନଭେ କହି ହେଲେ ଗର୍ବେ
ଆମରି ବଳରେ ସଂସାର ଚାଲେ,
ଘନ    ପ୍ରଭଞ୍ଜନ      କହନ୍ତି  କେସନ
ଚଳିବ,  ପବନ ଜଳ  ନହେଲେ?

ଭୀମକାନ୍ତ   ରୂପ    ସାଗର  ପ୍ରକୋପ
ହୁଏ   ଅସମ୍ଭାଳ  କହେ  ତତ୍କାଳ,
କି କାରଣ  ରଡ଼ି ସବୁ   କଥା  ଛାଡ଼ି
ମୁଁ ପରା  ସଂସାରେ  ସବୁରି ମୂଳ,
ସରିତ     ନିର୍ଝର     ଗିରି    ବନ ସର
ନିଜର   ବଡ଼ିମା  କୁହନ୍ତି  ହେଳେ,
ସୂର୍ଯ୍ୟ ଚନ୍ଦ୍ର ନଭେ କହି  ହେଲେ ଗର୍ବେ
ଆମରି ବଳରେ ସଂସାର ଚାଲେ।

କ୍ଷୁଦ୍ର   ଯେତେ   ଜୀବ  ଶଙ୍କିତ  ସରବ
ଏ ଭାବ କି  ଲାଗି  ଆସଇ ମନେ,
ମନ୍ଦରେ    ପ୍ରମାଦ   କାଳେ  ଆସିଯିବ
ଭାଳନ୍ତି  ବଞ୍ଚିବା  ସେବକ ପଣେ।

ବୋଲଇ   ପିମ୍ପୁଡ଼ି  ପାରେ  ନାହିଁ ଛାଡ଼ି
ଶ୍ରମ  ଏକତାର  ଭାବନା  କେବେ,
ଫୁଲ କହେ  ଶୋଭା  ସୁବାସେ ପ୍ରତିଭା
ପ୍ରକାଶଇ ମୋର  ଭବେ ସରାଗେ,
ଶିଶିର   ସୁଭାଷେ   ସୂର୍ଯ୍ୟଙ୍କୁ  ପ୍ରକାଶେ
ସାନ ସିନା ତୁମେ ଅଛ ମୋ ତୁଲେ,
ଘନ    ପ୍ରଭଞ୍ଜନ     କହନ୍ତି    କେସନ
ଚଳିବ , ପବନ  ଜଳ  ନ ହେଲେ?

ସାନ  କଥା ବଳେ ଗର୍ବ ଯେବେ ଟଳେ
ହୁଅନ୍ତି     ଲଜ୍ଜିତ     ଇଜ୍ଜତ ପାଇଁ,
ଗର୍ବ   କଲେ   ଖର୍ବ  ହୁଏ  କାଳେ ସର୍ବ
ଭାଳନ୍ତି, ବଞ୍ଚିବା  ସେବକ  ହୋଇ!

ସୀମାଞ୍ଚଳ ପଣ୍ଡା

ଶିକ୍ଷକ, ଡେଙ୍ଗାଡି, ଗଞ୍ଜାମ,

Share this :
Next Post

ଫଗୁନ୍ ରଜା - ପିଙ୍କୁ ରଣବିଡା

  କୁଇଲି ଗାଉଛେ କୁହୁ କୁହୁ ସୁରେ ବଉଲ୍ ଗଛର୍ ଡାଲେ, ନନୀ ମହୁଲ୍ ବେଟୁଛେ ଟୁପା ଟୁପା ଡଙ୍ଗର୍ ଝରନ୍ ଝାରେ। ଧର୍’ତି ଦିସୁଛେ ସାଗୁଆ ବରନ୍ ନୂଆଁ ପତର୍ ପାଉଲି, ନୂଆଁ ଭୁଆସେନ୍ ଉଢ୍’ନା ଲଗେଇ ଟରୋ ଟରୋ ଯାଏ ଚାଲି। ଝରନ୍ ପାଏନ୍ ଚକ୍ ମକ୍ କରେ ସତେ କାଏଁ ଖାଣ୍ଟି ହୀରା, ଚାର୍ କେନ୍ଦୁ ଆମ୍ ଗଛେ ଫଲ୍’ଲାନ ହେଇକରି କେରାକେରା। ଫଲସା ଫୁଲ୍ […]

Subscribe US Now