Read Time:1 Minute, 38 Second
କୁଇଲି ଗାଉଛେ କୁହୁ କୁହୁ ସୁରେ
ବଉଲ୍ ଗଛର୍ ଡାଲେ,
ନନୀ ମହୁଲ୍ ବେଟୁଛେ ଟୁପା ଟୁପା
ଡଙ୍ଗର୍ ଝରନ୍ ଝାରେ।
ଧର୍’ତି ଦିସୁଛେ ସାଗୁଆ ବରନ୍
ନୂଆଁ ପତର୍ ପାଉଲି,
ନୂଆଁ ଭୁଆସେନ୍ ଉଢ୍’ନା ଲଗେଇ
ଟରୋ ଟରୋ ଯାଏ ଚାଲି।
ଝରନ୍ ପାଏନ୍ ଚକ୍ ମକ୍ କରେ
ସତେ କାଏଁ ଖାଣ୍ଟି ହୀରା,
ଚାର୍ କେନ୍ଦୁ ଆମ୍ ଗଛେ ଫଲ୍’ଲାନ
ହେଇକରି କେରାକେରା।
ଫଲସା ଫୁଲ୍ ଲାଲ୍ ଜର୍ ଜର୍
ମନ୍’କେ ନେଲାନ ଘିନି,
ସୁରୁଜ୍ ରସିଆ ସକାଳୁ ସକାଳୁ
ରଙ୍ଗ୍ ଦେଉଛେ ବୁନି।
ଋତୁ ରଜା ଫଗୁନ୍ ଦଉଡି ଆସି
ସମ୍’କୁ କଲା ବାଉରା,
ଫଗୁ ମଖେଇଦେଲା ପେରେମ୍ ରଙ୍ଗେ
ଘାଏକ ଦେଇ ଚହରା।
ନାମ-ପିଙ୍କୁ ରଣବିଡା
ଜିଲ୍ଲା-ସମ୍ବଲପୁର
ସ୍ଥାନ-ଠେମରା (ପଦରପଡା)
Readers Interaction