ବାଃ ରେ ମଣିଷ ବାଃ – ସୁଚିତ୍ରା ରଣା

Views: 23
4 0
Read Time:2 Minute, 9 Second

ଚରିତ୍ର ତୋହର କରୁଛି ବର୍ଣ୍ଣାନ
ଶୁଣୁ ତୁ କାନ ଡେରି•••••
ଅରଜିଛୁ କେତେ ପାପ ପୁଣ୍ୟ ଫଳ
ଭାବେ ତୁ ମନ ଭରି••••
ଗର୍ବ ରେ ଜିତୁଲୁ ଗଡ଼ରାଜ ତୁହି
ଅହଂକାରେ କଲୁ ନଅର•••••
ହିଂସା ବାଦରେ ପ୍ରଜା ପାଳିଲୁ
ମିଥ୍ୟା ନାମ ଦେଲୁ ସହର•••••
ମୋହର ମୋହର କହି ବୋହି ନେଲୁ
ପର ଧନ ପର ଟଙ୍କା••••••
ଆଦରି କି ମନ ପୁରୁନାହିଁ ତୋର
ତଥାପି ହେଉଛୁ ଧନ ରଙ୍କା••••••
କଳା ପଇସାରେ ବଜାର ତୁ କଲୁ
ବିନା ଦୋଷେ ଦେଲୁ ଧରିତ୍ରୀ କୁ ଦଣ୍ଡ••••••
ଜଙ୍ଗଲ କାଟି ମଦ ଭାଟି ଦେଲୁ
ହେଲୁ ତୁ ବଡ କୁଦାଣ୍ଡ••••••
ଲୋଭ ମୋହ ମାୟେ ଗଢ଼ିଲୁ ତୁ ବସା
ଗଲୁ ଈଶ୍ୱରଙ୍କୁ ଭୁଲି•••••
ଭଜନ କୀର୍ତ୍ତନ ଦୂରେ ଥାଉ ତୋର
ପୃଥିବୀ କୁ କଲୁ କୁଲି•••••
ନିଜ ପାଇଁ ନିଜେ ଗାତ ଖୋଲୁଅଛୁ
ଜାଣୁନାହୁଁ ଶେଷ ତାର••••••
ଅପେକ୍ଷା କର ସେହି ସମୟ କୁ
ସେ ସମୟ ହିଁ ଦେବ ତତେ ଉତ୍ତର ••••••

ଲେଖିକା -ସୁଚିତ୍ରା ରଣା
ଖୋର୍ଦ୍ଧା, ଅରାଙ୍ଗ

Share this :
Next Post

Cry for yourself - Dr Suresh Chandra Sarangi

Cry for yourself We have lost the sight of our real nature In the darkness of ignorance. The real nature is inside . Whatever there is a feeling Of wants in any man, There is a corresponding object to satisfy it in the world outside him. I myself am struggling […]

Subscribe US Now