ବାସନ୍ତୀ ଦେବୀ – ପଣ୍ଡିତ ଅଭୟ କୁମାର ତ୍ରିପାଠୀଶର୍ମା

Views: 16
0 0
Read Time:4 Minute, 19 Second

 

ଋତୁରାଜ ଆସନ୍ତେ ଧରା ବକ୍ଷରେ l
ନୂତନ କିଶଳୟ ପାଦପ ଧରେ ଯେ ll
କିଂଶୁକ ବନ ଦିଶେ ଅରୁଣ ଶୋଭା l
ଚ୍ୟୁତ ବକୁଳ ବାସ କି ମନଲୋଭା ଯେ ll

ନାନାବର୍ଣ୍ଣ କୁସୁମ ବାସ ମହକେ l
ଶୁକ କୋକିଳ ଶାରୀ ପିକ ଓ ଭେକେ ଯେ ll
ଆର୍ତ୍ତ ମଦନେ ସର୍ବେ କୁସୁମକରେ
ବାସନ୍ତୀ ବିଜେକଲେ ପୃଥ୍ଵୀ ପୃଷ୍ଠରେ ଯେ ll

ବସନ୍ତେ ଆଗମନ “ଦେବୀ ବାସନ୍ତୀ” l
ଋତୁରାଜ ଗମନ କାଳେ ଆସନ୍ତି ଯେ ll
ଦେବ ଶକ୍ତି ପୁଞ୍ଜରୁ ମେଧା ଆଶ୍ରମେ l
ଯଜ୍ଞାଽନଳୁ ଶମ୍ଭୁତା ଏ ଧରା ଧାମେ ଯେ ll

ମହିଷା ଉପଦ୍ରଵ ସହିନପାରି l
ଦେବେ ମିଳିତଭାବେ କଲେ ଗୁହାରୀ ଯେ ll
ଦେବତା ଶକ୍ତି ବଳେ ଅଙ୍ଗ ଗଢିଲେ l
ବସ୍ତ୍ର ଭୂଷଣ ସହ ଆୟୁଧ ଦେଲେ ଯେ ll

ଶ୍ରେଷ୍ଠ ବାହନ ପଶୁପତି ତୁମ୍ଭର l
ତେଜପୁଞ୍ଜ ଲାଗିଲା ଯାଇ ନଭର ଯେ ll
ଉପମା କିବା ଦେବି “ଦେବୀ ବାସନ୍ତୀ “l
ମାର୍କଣ୍ଡେୟ ଋଷି ବର୍ଣ୍ଣି ନପାରନ୍ତି ଯେ ll

ମହିଷା ନିବାରିଲ ସଦଳବଳେ l
ଧୂମ୍ରଲୋଚନ ବଧ କରିଲ ଶୁଳେ ଯେ ll
ଚଣ୍ଡ ମୁଣ୍ଡ ସହିତେ ସେ ରକ୍ତବୀର୍ଜ l
ନିଶୁମ୍ଭ ଶୁମ୍ଭ ତାରି ବଢିଲା ଶୌର୍ଯ୍ୟ ଯେ ll

ଦେବେ ସ୍ତୁତି କରିଲେ ହେଲ ସନ୍ତୁଷ୍ଟ l
ଅଭୟ ବର ଦେଲ ହୋଇଲେ ହୃଷ୍ଟ ଯେ ll
ଅକାଳେ ବୋଧ କଲେ ଶ୍ରୀରାମ ଯେଣୁ l
ଶରତେ ଆସିଥିଲ ଧରାକୁ ତେଣୁ ଯେ ll

ରାଜା ସୁରଥ ବୈଶ୍ୟ ସମାଧି ଜାଣି l
ଦିବ୍ୟଭାବେ ପୂଜିଲେ ତୋ ପାଦେ ପୁଣି ଯେ l
ଅଯାଚିତେ ଭୁକ୍ତି ଓ ମୁକ୍ତି ତୁ ଦେଲୁ l
ରାଜ୍ୟ ପ୍ରଦାନ କରି ରାଜା କରିଲୁ ଯେ ll

ଏମନ୍ତ ମହିମା ତୋ ଜଗତମାତ l
ଅଭୟ କରେ ଚରଣେ ପ୍ରଣିପାତ ଯେ ll
ଅନନ୍ତକୋଟି ନମନ ଯୋଡହସ୍ତ l
କର ପ୍ରସାରି ଦିଅ ଯାଉ ଦୁରିତ ଯେ ll
🌹🌹🌹🌹🌹🌹🌹🌹🌹🌹

(ସମ୍ପାଦକ ଯୁଗଜ୍ୟୋତି, କୁଆଖିଆ)
ଖଣ୍ଡିତର, ରସୁଲପୁର, ଯାଜପୁର
🕉️🕉️🕉️🕉️🕉️🕉️🕉️🕉️🕉️🕉️

Share this :
Next Post

ମୁଁ - ସୋନାଲି ସ୍ବପ୍ନା ପାତ୍ର

*ମୁଁ* ମୁଁ କେବେ ନିଜ ଖୁସିକୁ ଦେଖିନି ଅନ୍ୟର ଓଠରେ ହସ ଦେବାକୁ ଯାଇ ବାର୍ ବାର୍ ନିଜକୁ ହଜେଇଛି ଦୁଃଖ ଦରିଆରେ । ମୁଁ କେବେ ଘୃଣା ଶିଖିନି କିନ୍ତୁ ଘୃଣାର ମନୋଭାବ ଥିବା ବ୍ୟକ୍ତିଙ୍କ ନିକଟରେ ମୁଁ ଘୃଣ୍ୟ ହୋଇ ରହିଯାଇଛି । ମୁଁ କେବେ ଅପବାଦ ଦେଇନି ତଥାପି ମୋତେ କୁଢ଼ କୁଢ଼ ଅପବାଦ ମିଳିଛି ଜୀବନ ପଥରେ । ମୁଁ କେବେ ମିଛକୁ ପ୍ରସୟ […]

Subscribe US Now