ହିନ୍ଦୁ ନବ ର୍ଷର – ସୀମାଞ୍ଚଳ ପଣ୍ଡା

Views: 11
0 0
Read Time:2 Minute, 52 Second

 

ହିନ୍ଦୁ  ନବ  ବର୍ଷ  ପବିତ୍ର  ଦିବସ
ବିଷୁବ ସଂକ୍ରାନ୍ତି  ଆରମ୍ଭ ଦିନ,
ମହା ପର୍ବ ଏହି ହିନ୍ଦୁ ଏକ ହୋଇ
କରନ୍ତି ପାଳନ ହୋଇ ପ୍ରସନ୍ନ।

ସୃଷ୍ଟିର   ଆରମ୍ଭ  ଏ ଦିନ ସମ୍ଭବ
ବିକ୍ରମ  ସମ୍ବତ୍ସ   ପ୍ରଥମ  ତିଥି,
ସଙ୍କଟ  ମୋଚନ  ହନୁମାନ ଜନ୍ମ
ଦଣ୍ଡ କାଳୀ ବ୍ରତ ପାଳନ ବିଧି,
ଶ୍ରୀରାମଚନ୍ଦ୍ରଙ୍କ ରାଜ୍ୟ ଅଭିଷେକ
ଯୁଧିଷ୍ଠିର  ରାଜ  ପଦେ ବରଣ,
ହିନ୍ଦୁ   ନବ  ବର୍ଷ   ପବିତ୍ର ଦିବସ
ବିଷୁବ  ସଂକ୍ରାନ୍ତି ଆରମ୍ଭ ଦିନ।

ମନ୍ଦିରେ  ପୂଜାର  ବହୁ ଉପଚାର
ସଂକ୍ରାନ୍ତି ପଣାର ଆଦର ବେଶି,
ବାଟରେ ଘାଟରେ ଜଳଛତ୍ରଭରେ
ବାଟୁଆଙ୍କ   ମନ  ହୁଅଇ ଖୁସି।

ଘରେ ଘରେପଣା ପୂଜାଉପାସନା
ମେରୁ  ବ୍ରତ  ଉପବାସର  ଦିନ,
ଶାଶ୍ୱତ  ପ୍ରେମର  ମାନବ  ଧର୍ମର
ସେବା ଉପଚାରେ ସର୍ବେ ପ୍ରସନ୍ନ,
ବିଦେଶପ୍ରୀତିରେ ଆମସଂସ୍କୃତିରେ
ହୁଏ  ଅଧୋଗତି  ପଡ଼େ  ମଳିନ,
ମହା  ପର୍ବ ଏହି  ହିନ୍ଦୁ ଏକ ହୋଇ
କରନ୍ତି  ପାଳନ  ହୋଇ  ପ୍ରସନ୍ନ।

ସନାତନ   ଏହି    ହିନ୍ଦୁ ଧର୍ମ  ଯହିଁ
ସର୍ବ    ଧର୍ମ    ସମନ୍ବୟର  ମୂଳ,
ହିନ୍ଦୁ ଧର୍ମ  ଭାବ   ବିଶ୍ଵେ   ଅଭିନବ
ଶ୍ରଦ୍ଧାରେ   ଆଦର ମାନବ କୁଳ।

ସୀମାଞ୍ଚଳ ପଣ୍ଡା

ଶିକ୍ଷକ, ଡେଙ୍ଗାଡି, ଗଞ୍ଜାମ

Share this :
Next Post

ମା ମୋ ସରଗଠୁ ବଡ଼ - ଅମରଜିତ୍ ମଲ୍ଲିକ

ଦେଖିନାହିଁ କେବେ ମୁହିଁ ଭଗବାନ ଅଛି ବୋଲି ଭଗବାନ ଏକା ମୋର ଏ ଦୁନିଆରେ ‘ମା’ ଖାଲି ।।୧। ଶୁଣିଅଛି ବ୍ରହ୍ମଦେବ ସଂସାରର ଜନ୍ମଦାତା ମୋ ପାଇଁ ମୋ ‘ମା’ ବ୍ରହ୍ମଦେବ ଏହା ସତ୍ୟ ।।୨। ଶୁଣିଅଛି ବିଷ୍ଣୁଦେବ ସଂସାର ପାଳନକର୍ତ୍ତା ମୋ ସଂସାର ପାଇଁ ମୋ ‘ମା’ ବିଷ୍ଣୁଦେବ ଦିଏ ବାର୍ତ୍ତା।।୩। ସଂସାରର ଖରାପକୁ ଶିବଶମ୍ଭୁ ନାଶକର ମୋ ସଂସାର ପାଇଁ ମୋ ‘ମା’ ଶିବଶମ୍ଭୁ ଦୁନିଆର।।୪। ସବୁଠାରୁ […]

Subscribe US Now