ମା ମୋ ସରଗଠୁ ବଡ଼ – ଅମରଜିତ୍ ମଲ୍ଲିକ

Views: 16
2 0
Read Time:1 Minute, 47 Second

ଦେଖିନାହିଁ କେବେ ମୁହିଁ ଭଗବାନ ଅଛି ବୋଲି
ଭଗବାନ ଏକା ମୋର ଏ ଦୁନିଆରେ ‘ମା’ ଖାଲି ।।୧।

ଶୁଣିଅଛି ବ୍ରହ୍ମଦେବ ସଂସାରର ଜନ୍ମଦାତା
ମୋ ପାଇଁ ମୋ ‘ମା’ ବ୍ରହ୍ମଦେବ ଏହା ସତ୍ୟ ।।୨।

ଶୁଣିଅଛି ବିଷ୍ଣୁଦେବ ସଂସାର ପାଳନକର୍ତ୍ତା
ମୋ ସଂସାର ପାଇଁ ମୋ ‘ମା’ ବିଷ୍ଣୁଦେବ ଦିଏ ବାର୍ତ୍ତା।।୩।

ସଂସାରର ଖରାପକୁ ଶିବଶମ୍ଭୁ ନାଶକର
ମୋ ସଂସାର ପାଇଁ ମୋ ‘ମା’ ଶିବଶମ୍ଭୁ ଦୁନିଆର।।୪।

ସବୁଠାରୁ ବଡ଼ ଅଟେ ମୋ ‘ମା’ ମୋ ପାଇଁ
ପୂଜା କରୁଥିବି ତାର ପାଦପଦ୍ମ ନିତ୍ଯଯାଇ ।।୫।

କେତେକଷ୍ଟ କେତେକାମ କରୁଅଛି ମୋ ପାଇଁ
ଯେତେ କଲେ ତାଙ୍କ ପାଇଁ କମ୍ ହୋଇ ଯିବ ରହି।।୬।

ନୂଆମଙ୍ଗରାଜପୁର
ବଡ଼ମ୍ବା, କଟକ

Share this :
Next Post

ଚେନାଏ ହସ - ସୁକାନ୍ତ ଖଣ୍ଡା

ତୁମେ କେଉଁଠି ଚେନାଏ ହସ ଦେଖିଛନ୍ତି କି? ଯଦି ହଁ ଆପଣ ଆପଣ ଖୁବ୍ ଭାଗ୍ଯବାନ ଯଦି ନା ଏବେ ହିଁ ଦେଖିବାକୁ ଯା’ନ୍ତୁ। କହୁଥିଲେ କବି ପଢୁଥିଲେ ପାଠକ ପାଠିକା। ଜଣେ ପାଠିକା କହିଲେ କବି ବନ୍ଧୁ ମୋତେ ଜଣା ନାହିଁ ଚେନାଏ ହସ କେଉଁଠି ଫୁଟେ ସ୍ବର୍ଗରେ,ନର୍କରେ ନା ଏ ମର୍ତ୍ତ୍ଯର ଧାମରେ? ହସିଦେଲେ କବି କହିଲେ ଭଉଣୀ ଯେଉଁଠି ସ୍ନେହ,ପ୍ରେମ ଆଉ ଭଲ ପାଇବା ନିରନ୍ତର […]

Subscribe US Now