*ମୁଁ*
ମୁଁ କେବେ ନିଜ ଖୁସିକୁ ଦେଖିନି
ଅନ୍ୟର ଓଠରେ ହସ ଦେବାକୁ ଯାଇ
ବାର୍ ବାର୍ ନିଜକୁ ହଜେଇଛି ଦୁଃଖ ଦରିଆରେ ।
ମୁଁ କେବେ ଘୃଣା ଶିଖିନି
କିନ୍ତୁ ଘୃଣାର ମନୋଭାବ ଥିବା ବ୍ୟକ୍ତିଙ୍କ
ନିକଟରେ ମୁଁ ଘୃଣ୍ୟ ହୋଇ ରହିଯାଇଛି ।
ମୁଁ କେବେ ଅପବାଦ ଦେଇନି
ତଥାପି ମୋତେ କୁଢ଼ କୁଢ଼
ଅପବାଦ ମିଳିଛି ଜୀବନ ପଥରେ ।
ମୁଁ କେବେ ମିଛକୁ ପ୍ରସୟ ଦେଇନି
ହେଲେ ମିଛର ନୌକରେ ବସି
ମିଛ ଆଶ୍ୱାସନାର ଭ୍ରାନ୍ତି ମଧ୍ୟରେ
ମଝି ନଈ ରେ ନିଜକୁ ବୁଡିବାର ଦେଖିଛି ।
ମୁଁ,
ହଁ ମୁଁ !!
ନିଜକୁ ବହୁତ୍ ଥର ପ୍ରଶ୍ନ କରିଛି,
ଅନେକ ଭାବନାରେ ଭାସିଛି
କିଛି ପ୍ରତିଶ୍ରୁତି ଓ ଭରଷା ରେ
ନିଜକୁ ବିକ୍ରି ହେବାର ଦେଖିଛି ।
ମୁଁ କଣ ଆଉ ମୁଁ ହୋଇ ଅଛି!!
ମୁଁ ଏବେ ନିର୍ଜୀବ ପଥର
ମୁଁ ଏବେ ବଣରେ ପୁଟି ମାଉଳିବାକୁ ଥିବା ମଲ୍ଲି
ମୁଁ ଏବେ ଅଲୋଡ଼ା
ମୁଁ ପୁଣି ଅନେକ କିଛି
ମୁଁ ଆଜି ମୂଲ୍ୟହୀନ…..
ମୋ ଭିତରେ ମୁଁ ନିଜକୁ ମାରି
ଅନ୍ୟ ପାଇଁ ବଞ୍ଚିବା ଶିଖିଛି ସତ
କିନ୍ତୁ ମୁଁ ଆଉ ମୁଁ ହୋଇ ନାହିଁ
ଅନୁଭବ କରୁକରୁ କେବେ ଯେ
ମୋ ଦୁନିଆକୁ ଅନ୍ଧାର ମାଡିଆସିଛି
ଆଉ ମୁଁ ନିଜକୁ ସୁପ୍ତ ଭାବେ ଗଢ଼ିବା
ଶିଖିଯାଇଛି ଆଜିବି ଏହାର ଉତ୍ତର ନାହିଁ।
ଆଖିର ଲୁହକୁ ଆଖିରେ ଚାପି
ସମସ୍ତ ସ୍ବପ୍ନକୁ ଜଳାଞ୍ଜଳି ଦେଇ
ନିଜକୁ ନିଜେ ହରେଇ ଦେଇଛି,
ଆଉ ହଜେଇ ଦେଇଛି ମୁଁ ମୋର
ଅନେକ କିଛି ।।
ସୋନାଲି ସ୍ବପ୍ନା ପାତ୍ର
ବଡ଼ମ୍ବା,କଟକ
ସୁନ୍ଦର କବିତା
ଖୁବ୍ ସୁନ୍ଦର କବିତା 👌