Read Time:1 Minute, 49 Second
ତୁମେ ସକାଳର ପହିଲି ମହକେ
ମିଳନର ଆବାହନୀ ।
ମହଣେ ମୋହରେ ପ୍ରଲମ୍ବିତ ଆଶା
ମୁଁ ଅପେକ୍ଷାର ସୁରଧୁନୀ ।।
ମୁଗ୍ଧ ମନ୍ଦାକିନୀ ପ୍ରାଣତନ୍ତ୍ର ତୁମେ
ମୁକ୍ତିତୀର୍ଥ ସଞ୍ଜିବନୀ ।
ଅୟୂତ ଯାତନା ମୁଖବନ୍ଧ ମୁଁ ଯେ
ମାୟାବୃତ୍ତ ସ୍ରୋତସ୍ବନୀ ।।
ଅନ୍ତରୁ ଅନନ୍ତ ତନ୍ମୟ ସ୍ବାକ୍ଷର
ସଂସିଦ୍ଧି ଶାଶ୍ବତ ଝର ।
ମୁଁ ଯେ ରଙ୍ଗହୀନ ଚିତ୍ରାଙ୍କନ ଟିଏ
ରୁଚି ଅଭିରୁଚି ସ୍ବର ।।
ନବ ଧରଣୀର ବିଚିତ୍ର ବିଭବ
ତୁମେ ତୃପ୍ତି ସଂକୀର୍ତ୍ତନ ।
ମୁଁ ଅହମିକା ପ୍ରଚ୍ଛଦ ପଟରେ
ଗୋଟେ ବୃଥା ଆସ୍ଫାଳନ ।।
ତୁମେ ସଂକଳ୍ପିତ ବିଭୋର ଆହ୍ବାନ
ନିଖିଳ ଓଠରେ ହସ।
ମରୁ ମରିଚୀକା ଯାତ୍ରୀଟିଏ ମୁଁ ଯେ
ବିପୁଳ ତୃଷ୍ଣାର ବଶ ।।
ସସ୍ମିତା ପଣ୍ଡା
କଟିକଟା, କଟକ
Readers Interaction