ମହାବାହୁ – ଉପେନ୍ଦ୍ର କୁମାର ବସ୍ତିଆ

Views: 11
0 0
Read Time:2 Minute, 21 Second

ଏ ସାରା ବିଶ୍ୱର ଏକ କଳାକାର
ମାୟା ତବ ଅଗୋଚର
ମାୟାରେ ବାନ୍ଧିଛ ସାରା ଜଗତକୁ
ହୋଇ ଶାଖା ସହୋଦର ।୧
ଆହେ ବିଶ୍ୱପ୍ରେମ୍ ନ ହୋଇ ମଉନ
ଦିଅ ହେ ଆଶିଷ ଢ଼ାଳି
ତୁମକୁ ପ୍ରଣତି ଏ ବିଶ୍ଵ ଢାଳୁଛି
ସମର୍ପଣ ମୁଦ୍ରା ତୋଳି ।୨
ଅଚିହ୍ନା ରୋଗରେ ବିଶ୍ଵ ଆତଙ୍କିତ
ପ୍ରତି ପ୍ରାଣ ବ୍ୟାକୁଲିତ
ସନ୍ତାପିତ ପ୍ରାଣେ ଦିଅ ହେ ସାନ୍ତନା
ଶାନ୍ତି ଲଭୁ ଏ ଜଗତ ।୩
ତୁମ ଆଜ୍ଞା ବିନା ପତ୍ର ହେଲେ ନାହିଁ
ଚେତନାର କେନ୍ଦ୍ରବିନ୍ଦୁ
ଯାହା କିଛି ହୁଏ ତୁମରି ଇଙ୍ଗିତେ
ରଖ ହେ ଜଗତ ବନ୍ଧୁ ।୪
ବିଶ୍ଵ ଜନତାଙ୍କ ଭାଗ୍ୟ ତୁମ ହାତେ
ଜୟ ଜଗନ୍ନାଥ ସ୍ଵାମୀ
ପତୀତ ମାନଙ୍କୁ ଉଦ୍ଧାରିଛ ତୁମେ
ତୁମେତ ଅନ୍ତର୍ଯ୍ୟାମୀ ।୫
ଦୁଃଖ ସାଗରରେ ଭାସୁଛୁ ସମସ୍ତେ
ସାହା ନାହିଁ ମହାବାହୁ
ତୁମ ବିନୁ ଆଉ କେ ରଖି ପାରିବ
ତୁମେ ପ୍ରଭୁ ଥାଉ ଥାଉ ।୬

ଉପେନ୍ଦ୍ର କୁମାର ବସ୍ତିଆ

ରାଉରକେଲା

Share this :
Next Post

ଉତ୍କଳର ବ୍ୟଥା - ସସ୍ମିତା ଶତପଥି

  ଉତ୍କର୍ଷ କଳାର ଗନ୍ତାଘର ଅଟେ ମୋର ଏ ଉତ୍କଳ ଭୂଇଁ ବିଶ୍ଵ ବିଦିତ କିର୍ତ୍ତୀରାଜି ତା’ର ଗଗନ ଯାଇଛି ଛୁଇଁ। ମନ୍ଦିରେ ମନ୍ଦିରେ ପାଷାଣ ଗାତ୍ରରେ ଚାରୁ କଳାର ଠାଣି କେତେ କମନୀୟ ରୋମାଞ୍ଚ ଭରା କୋଟି ମନ ନିଏ କିଣି। ସୂକ୍ଷ୍ମ ମନୋରମ ତାରକସି କାମ ଅନୁପମ ଅଦ୍ଵିତୀୟ ପଟ୍ଟଚିତ୍ରର ପଟ୍ଟଭୂମିପରେ ଶୋଭା କେତେ କମନୀୟ। ଚାନ୍ଦୁଆ ଶିଳ୍ପରେ ରଙ୍ଗରେ ରଙ୍ଗରେ ରଙ୍ଗର ପସରା ନେଇ ପାଟରେ […]

Subscribe US Now