ଉତ୍କଳର ବ୍ୟଥା – ସସ୍ମିତା ଶତପଥି

Views: 10
0 0
Read Time:2 Minute, 10 Second

 

ଉତ୍କର୍ଷ କଳାର ଗନ୍ତାଘର ଅଟେ
ମୋର ଏ ଉତ୍କଳ ଭୂଇଁ
ବିଶ୍ଵ ବିଦିତ କିର୍ତ୍ତୀରାଜି ତା’ର
ଗଗନ ଯାଇଛି ଛୁଇଁ।
ମନ୍ଦିରେ ମନ୍ଦିରେ ପାଷାଣ ଗାତ୍ରରେ
ଚାରୁ କଳାର ଠାଣି
କେତେ କମନୀୟ ରୋମାଞ୍ଚ ଭରା
କୋଟି ମନ ନିଏ କିଣି।
ସୂକ୍ଷ୍ମ ମନୋରମ ତାରକସି କାମ
ଅନୁପମ ଅଦ୍ଵିତୀୟ
ପଟ୍ଟଚିତ୍ରର ପଟ୍ଟଭୂମିପରେ
ଶୋଭା କେତେ କମନୀୟ।
ଚାନ୍ଦୁଆ ଶିଳ୍ପରେ ରଙ୍ଗରେ ରଙ୍ଗରେ
ରଙ୍ଗର ପସରା ନେଇ
ପାଟରେ ମଠାରେ କୋଟି କମ ଝରେ
କଳାର ଉତ୍କର୍ଷ ଗାଇ।
ସାଧବ ପୁଅର ବଣିଜ ବେପାର
ସାତ ସାଗରକୁ ଡେଇଁ
ଉତ୍କଳ ମାତାର ଗରଵ ଗାରିମା
ଯାଇଥିଲା ଦିନେ ଗାଇ।
ସେହି ମୋ ଉତ୍କଳ ହୋଇ ନିରିଵଳ
ଦାଦନେ ରୋଦନ କରେ
ସୁନାଝରା କ୍ଷେତ ଶୁଷ୍କ ମରୁ ପ୍ରାୟ
ଅନ୍ତରେ ବିଷାଦ ଭରେ।

ସସ୍ମିତା ଶତପଥି
ଅଧ୍ୟାପିକା, ଟ୍ରାଇଡେଣ୍ଟ ଇଂ କଲେଜ
ଭୁବନେଶ୍ୱର

Share this :
Next Post

ଫଗୁଣେ କି ରଙ୍ଗ ଲାଗିଲା - ଶୁଭ୍ରାଂଶୁ ଭୂଷଣ ମେହେର

ଫଗୁଣ ଆସିଛି ମୋ ପ୍ରିୟାର ପାଇଁ ଦେଇଛି ରଙ୍ଗ ଲଗେଇ ପ୍ରୀତି ରଙ୍ଗ ସେଠି ବୋଳି ହୋଇଗଲା ମୋ ପ୍ରିୟା ହେଉଛି ବାଇ l ଫଗୁଣର ରଙ୍ଗ ଛାଡ଼ିଯିବ ଦିନେ ପ୍ରୀତି ରଙ୍ଗ କି ଛାଡିବ ରଙ୍ଗ ଲଗେଇକି ସେ ଫଗୁଣ ପୁଣି ତାର ବାଟେ ଚାଲିଯିବ l ଫଗୁଣ ରଙ୍ଗରେ ରଙ୍ଗେଇ ହୋଇଣ ପ୍ରିୟା ମୋର ଖୁସି ପାଏ ଜାଣେନା ଫଗୁଣ ମୋ ପ୍ରିୟାର ମନ ତା ରଙ୍ଗେ […]

Subscribe US Now