ଫଗୁଣେ କି ରଙ୍ଗ ଲାଗିଲା – ଶୁଭ୍ରାଂଶୁ ଭୂଷଣ ମେହେର

Views: 12
0 0
Read Time:2 Minute, 7 Second

ଫଗୁଣ ଆସିଛି ମୋ ପ୍ରିୟାର ପାଇଁ
ଦେଇଛି ରଙ୍ଗ ଲଗେଇ
ପ୍ରୀତି ରଙ୍ଗ ସେଠି ବୋଳି ହୋଇଗଲା
ମୋ ପ୍ରିୟା ହେଉଛି ବାଇ l
ଫଗୁଣର ରଙ୍ଗ ଛାଡ଼ିଯିବ ଦିନେ
ପ୍ରୀତି ରଙ୍ଗ କି ଛାଡିବ
ରଙ୍ଗ ଲଗେଇକି ସେ ଫଗୁଣ ପୁଣି
ତାର ବାଟେ ଚାଲିଯିବ l
ଫଗୁଣ ରଙ୍ଗରେ ରଙ୍ଗେଇ ହୋଇଣ
ପ୍ରିୟା ମୋର ଖୁସି ପାଏ
ଜାଣେନା ଫଗୁଣ ମୋ ପ୍ରିୟାର ମନ
ତା ରଙ୍ଗେ ରଙ୍ଗେଇ ଦିଏ l
ଚାଲିଯିବ ଯେବେ ଏ ଫଗୁଣ ପୁଣି
କିଏ ରଙ୍ଗ ଲଗେଇବ
ମୋ ପ୍ରେମ ରଙ୍ଗରେ ଭିଜିଅଛି ପ୍ରିୟା
କାଳ କାଳ ରହିଥିବ l
ଫଗୁଣ ଭାବିଛୁ ତୋ ରଙ୍ଗ ଲଗେଇ
ପ୍ରିୟା ମୋତେ ଯିବ ଭୁଲି
ଜନମ ଜନମ ସାଥି ସିଏ ମୋର
ପ୍ରୀତି ରଙ୍ଗେ ରଙ୍ଗେଇଲି l

ଶୁଭ୍ରାଂଶୁ ଭୂଷଣ ମେହେର

ମୁଁ /ପୋ -ସାଲେପାଲି
ଭାୟା -ଜରାସିଂହା
ଜିଲ୍ଲା -ବଲାଙ୍ଗୀର

Share this :
Next Post

ସନ୍ଦେହ - ଡ. ପ୍ରିୟମ୍ବଦା ସାମଲ

ବିଶ୍ୱାସ ଭରସା ସାଥେ ତିଷ୍ଠିଅଛି ସୁନ୍ଦର ଧରା ସଂସାର ସଂଦେହ ଜନ୍ମାଏ କୁଚିନ୍ତା ଅଶାନ୍ତି ସୁଖ ଶାନ୍ତି ନାରଖାର। ଅବିଶ୍ବାସୀ ମନ କରଇ ଅଥୟ ସନ୍ଦେହ ଜଟିଳ ଫାନ୍ଦ ଫୁଲ ନାହିଁ ସେଠି ଖାଲି କଣ୍ଟା ବୃଷ୍ଟି କପାଳ ହୁଅଇ ମନ୍ଦ। ସନ୍ଦେହ ଆଣଇ ଭୁଲ ବୁଝାମଣା ନିଜ ଲୋକ ହୁଏ ପର ମିଛ ଅହଙ୍କାର କରେ ଛାରଖlର ସମ୍ପର୍କ ହୁଏ ଅସ୍ଥିର। ବିବେକ ବୁଦ୍ଧିର ଉପଯୋଗ କରି ସନ୍ଦେହ […]

Subscribe US Now