ସନ୍ଦେହ – ଡ. ପ୍ରିୟମ୍ବଦା ସାମଲ

Views: 12
0 0
Read Time:2 Minute, 12 Second

ବିଶ୍ୱାସ ଭରସା ସାଥେ ତିଷ୍ଠିଅଛି
ସୁନ୍ଦର ଧରା ସଂସାର
ସଂଦେହ ଜନ୍ମାଏ କୁଚିନ୍ତା ଅଶାନ୍ତି
ସୁଖ ଶାନ୍ତି ନାରଖାର।
ଅବିଶ୍ବାସୀ ମନ କରଇ ଅଥୟ
ସନ୍ଦେହ ଜଟିଳ ଫାନ୍ଦ
ଫୁଲ ନାହିଁ ସେଠି ଖାଲି କଣ୍ଟା ବୃଷ୍ଟି
କପାଳ ହୁଅଇ ମନ୍ଦ।
ସନ୍ଦେହ ଆଣଇ ଭୁଲ ବୁଝାମଣା
ନିଜ ଲୋକ ହୁଏ ପର
ମିଛ ଅହଙ୍କାର କରେ ଛାରଖlର
ସମ୍ପର୍କ ହୁଏ ଅସ୍ଥିର।
ବିବେକ ବୁଦ୍ଧିର ଉପଯୋଗ କରି
ସନ୍ଦେହ କର ମୋଚନ
ନହେଲେ ବିନାଶ ହେବ ସର୍ବନାଶ
ହଜିଯିବ ବୁଦ୍ଧି ଜ୍ଞାନ।
ସନ୍ଦେହ ସତେ କ୍ୟାନସର ଜୀବାଣୁ
ଖାଇଯାଏ ବିଦ୍ୟାବୁଦ୍ଧି
ସୁଖ ଲିଭାଇଣ ଆଣିଦିଏ ଦୁଃଖ
ନହୁଅ ତାମଧ୍ୟେ ରୁନ୍ଧି।
ସରଳ ଜୀବନ ବିଶ୍ୱାସ ଭାଜନ
ସୁଜନ ସ୍ଵଭାବ ଭାବ
ଈଶ୍ୱର ଆଶିଷ ଝରିପଡୁ ଥାଏ
ପ୍ରଭୁ କୃପା କର ଲାଭ।

ଡ. ପ୍ରିୟମ୍ବଦା ସାମଲ
ଭୁବନେଶ୍ୱର।

Share this :
Next Post

ଲେଖା ମୋ ନଯାଉ ସରି - ଜିତେନ୍ଦ୍ର ଜେନା

  କବିତା ସହିତ ଲେଖୁଥାଉ ଗୀତ ହାତ ମୋ କଲମ ଧରି. ମରିବା ଆଗରୁ କେବେ କଲମରୁ ଲେଖା ମୋ ନ ଯାଉ ସରି..।।୧ ଲେଖିବା ରେ ଅଛି କେତେ ଯେ ଆନନ୍ଦ ଲେଖୁଥିବା ଲୋକ ଜାଣେ. ନିଜ ଅନୁଭୂତି ଲେଖା ମାଧ୍ୟମରେ ଅନ୍ୟର ହୃଦୟ କିଣେ..।।୨ ପ୍ରକୃତି ପ୍ରେମୀ ଯେ ହୃଦୟରୁ ତା’ର ପ୍ରକୃତିକୁ ଭଲ ପାଏ. ପାହାଡ଼ ଝରଣା ବନଲତା ଦେଖି ଭାବନାରେ ହଜିଯାଏ..।।୩ ସେମାନଙ୍କୁ ନେଇ […]

Subscribe US Now