Read Time:1 Minute, 49 Second
କବିତା ସହିତ ଲେଖୁଥାଉ ଗୀତ
ହାତ ମୋ କଲମ ଧରି.
ମରିବା ଆଗରୁ କେବେ କଲମରୁ
ଲେଖା ମୋ ନ ଯାଉ ସରି..।।୧
ଲେଖିବା ରେ ଅଛି କେତେ ଯେ ଆନନ୍ଦ
ଲେଖୁଥିବା ଲୋକ ଜାଣେ.
ନିଜ ଅନୁଭୂତି ଲେଖା ମାଧ୍ୟମରେ
ଅନ୍ୟର ହୃଦୟ କିଣେ..।।୨
ପ୍ରକୃତି ପ୍ରେମୀ ଯେ ହୃଦୟରୁ ତା’ର
ପ୍ରକୃତିକୁ ଭଲ ପାଏ.
ପାହାଡ଼ ଝରଣା ବନଲତା ଦେଖି
ଭାବନାରେ ହଜିଯାଏ..।।୩
ସେମାନଙ୍କୁ ନେଇ ଗଳ୍ପ, ଉପନ୍ୟାସ
ପ୍ରବନ୍ଧ, କବିତା ଲେଖେ.
ସେ ଲେଖା କେମିତି ପ୍ରକାଶ ପାଇବ
ଚେଷ୍ଟା ତା’ର ଜାରି ରଖେ..।।୪
କେବେ କରତାଳି କେବେ ପୁଣି ଗାଳି
ଯାହା ବି ଯୋଉଠି ପାଏ.
ତାଳି ହେଉ ଗାଳି ନିନ୍ଦା ଓ ପ୍ର°ଶସା
ସବୁ ତ ଆଦରି ନିଏ..।।୫
ଜିତେନ୍ଦ୍ର ଜେନା
ବରୀ,ଯାଜପୁର
Readers Interaction