ମୁଁ ଝିଅ ଟିଏ ବୋଲି – ସାଗରିକ ସାମଲ

Views: 10
0 0
Read Time:9 Minute, 56 Second

 

ମୁଁ ଝିଅଟିଏ ବୋଲି ସଭିଙ୍କୁ ଅଲୋଡ଼ା ଲାଗୁଛି
ଜନମ ଆଗରୁ ଲିଙ୍ଗ ନିରୂପଣ କରି ଭୃଣରୁ ହିଁ ମରୁଛି ,
ଜନମ ପରେ ବି , ଝିଅ ଜନମ କରିଛି ବୋଲି
ମା କୁ ମୋର ନାନା ଲାଞ୍ଚନା ମିଳୁଛି
ମା ମୋର ଗୁମୁରି ଗୁମୁରି କାନ୍ଦୁଛି
ମୋ ପାଇଁ ସଂସାର ଟା ସହ ଲଢ଼ୁଛି
ଆଉ ମୁଁ ଝିଅ – ପୁଅ ଭେଦଭାବରେ ବଡହେଉଛି ,
ମୁଁ ଝିଅଟିଏ ବୋଲି ସଭିଙ୍କୁ ଅଲୋଡ଼ା ଲାଗୁଛି |

ମୁଁ ଝିଅଟିଏ ବୋଲି ସଭିଙ୍କୁ ଅଲୋଡ଼ା ଲାଗୁଛି |
ଖାଇବା ଥାଳିରୁ ପାଠ ପଢିବାଯାଏ ସବୁଥିରେ ମୁଁ ଖୁଣ୍ଟା ଖାଉଛି
ଘର ଠାରୁ ବାହାରଜାଏ ମୁଁ ଅସୁରକ୍ଷିତ ହୋଇ ପଡିଛି
ଝିଅଟିଏ ବୋଲି , ନିଜ ଇଚ୍ଛାରେ ବାହାରକୁ ଯିବା ମୋ ପାଇଁ ବାଧା ସାଝିଛି
ଜୀବନରେ ନିଜେ ଗୋଟେ ଭଲ କିଛି କରିବିବୋଲି ଚାହୁଁଚି
ଖାଲି ଝିଅଟିଏ ବୋଲି ପାଦରେ ମୋ ବେଡ଼ିଝୁଲୁଛି
ମୁଁ ଖାଲି ଆକୁଳେ ପ୍ରଭୁଙ୍କୁ ବିନତୀ କରୁଛି
ମୁଁ ଝିଅଟିଏ ବୋଲି ସଭିଙ୍କୁ ଅଲୋଡ଼ା ଲାଗୁଛି |

ମୁଁ ଝିଅଟିଏ ବୋଲି ସଭିଙ୍କୁ ଅଲୋଡ଼ା ଲାଗୁଛି
ସବୁ ସରିଲାପରେ ମୁଁ ପୁଣି ଗୋରା – କଳା ଭେଦେଭାବେ ଫସିଛି
ବାପା – ମା ଙ୍କ ଉପରେ ମୁଁ କାଳେ ଗୋଟେ ବଡ଼ ବୋଝବୋଲି ପୁଣି ସାମାଜ କହୁଛି
ମା ଟି ମୋର ଅସହାୟ ହୋଇପଡିଛି
ଯେବେ ପିଲାଦିନୁ ମୁଁ ବାପହରା ହୋଇଛି
ସମାଜ ପାଇଁ ବହୁତ କିଛି କରିବିବୋଲି ମୁଁ ଆସା ବାନ୍ଧୁଛି
ପୁଣି ନିଜ ସମସ୍ୟା ଘେରରେ ଅଟକି ମୁଁ ଯାଉଛି
ପଛକୁ ଫେରି ଚାହୁଁଛି , ମା ମୁହଁକୁ ଦେଖି ପୁଣି କୋହ ଆସୁଛି
ମୁଁ ଝିଅଟିଏ ବୋଲି ସଭିଙ୍କୁ ଅଲୋଡ଼ା ଲାଗୁଛି |

ମୁଁ ଝିଅଟିଏ ବୋଲି ସଭିଙ୍କୁ ଅଲୋଡ଼ା ଲାଗୁଛି
ଆଗକୁ ବଢିବାପାଇଁ ମୁଁ ପ୍ରାଣଦେଇ ଉଦ୍ୟମ କରୁଛି
ବିଭିନ୍ୟ ବାଧା-ବିଘ୍ନ ଶହ ଆଗକୁ ମୁଁ ଯିବାକୁ ଲଢ଼ୁଛି
କିନ୍ତୁ ଏପର୍ଯ୍ୟନ୍ତ ମୁଁ ଯେଉଁଠି ସେଇଠି ଅଟକି ରହିଛି |
ମା ମୋ ଉପରେ ଆଶା ବାନ୍ଧିଛି , ମୁଁ ତା ନୟନା ପିତୁଳା ସାଜିଛି
କିନ୍ତୁ ଭାଇନାହିଁ ବୋଲି ଭଉଣୀ ବିବାହ ପ୍ରସ୍ତାବ ପୁଣି ଭାଙ୍ଗୁଛି
ଝିଅବୋଲି ସମ୍ପର୍କୀୟ ହତାଦର କରୁଛି ,
ବହୁତ ଅନ୍ୟାୟ ଯେ ସହୁଛି
ଲାଗୁଛି ,ଏଦୁନିଆକୁ ଆସି କିଛି ଗୋଟେ ବଡ଼ ଭୁଲ ମୁଁ କରିଦେଇଛି |
ମୁଁ ଝିଅଟିଏ ବୋଲି ସଭିଙ୍କୁ ଅଲୋଡ଼ା ଲାଗୁଛି |

ମୁଁ ଝିଅଟିଏ ବୋଲି ସଭିଙ୍କୁ ଅଲୋଡ଼ା ଲାଗୁଛି |
ମୁଁ ଯୋଉଠିଯାଉଛି ପୁଅ ସହ ତୁଳନା ହେଉଛି
ପୁଅଟିଏ ହୋଇଥିଲେ ମା’ର ଦୁଃଖ ଯାଇଥାନ୍ତା ବୋଲି ଏ ସଂସାର ମୋତେ କହୁଛି
ସମୟ ହାତରେ ମୁଁ ବନ୍ଧା ହୋଇଛି
ନହଲେ ସବୁକିଛି ପରିବର୍ତ୍ତନ କରିଦିଅନ୍ତି ବୋଲି ମୋ ମନକହୁଛି ,
ମୁଁ ଝିଅଟିଏ ବୋଲି ସଭିଙ୍କୁ ଅଲୋଡ଼ା ଲାଗୁଛି |

ମୁଁ ଝିଅଟିଏ ବୋଲି ସଭିଙ୍କୁ ଅଲୋଡ଼ା ଲାଗୁଛି |
ସମାଜ ଉପରେ ଆଶ୍ଚର୍ଯ୍ୟ ଲାଗୁଛି
ଝିଅକୁ ଯେ ଅଲୋଡ଼ା ଭାବୁଛି
ପୁଅଟିଏ ପାଇଁ ପ୍ରଭୁଙ୍କୁ ମନାସୀ ବସୁଛି
କିନ୍ତୁ ପୁଅ ଵିଭାପାଇଁ ଟିପଣା ଧରି ବୋହୂଟେ ଖୋଜି ବୁଲୁଛି
ପୁଣି ନିଜେ ଜଣେ ମାଆ ଠାରୁ ଜନମ ଲଭିଛି
ମା ଠୁ ଅଶେଷ ସେନେହଁ ପାଇ ବଢିଛି
ପୁଣି ଧର୍ମପତ୍ନୀ ସହ ଜୀବନର ସବୁ ଦୁଃଖକୁ ସେ ଲଙ୍ଘୀଛି
ପୁଣି ଭଉଣୀ ରୂପରେ ଭଲ ବନ୍ଧୁଟିଏ ପାଇଛି
ଜନନୀ ବୋଲି ସେ ଜନମ ମାଟିକୁ ଡାକୁଛି
ଅର୍ଣ୍ଣ – ବସନ କୁ ଯେ ଲକ୍ଷ୍ମୀ ବୋଲି କହୁଛି
ଜଳକୁ ଗଙ୍ଗା ମା’ର ରୂପ ଦେଇଛି
ଜ୍ଞାନ ପାଇଁ ଯେ ସରସ୍ୱତୀଙ୍କୁ ନୀତି ପୂଜୁଛି
ବିପଦେ ପଡିଲେ ରଖ ଦୁର୍ଗା ମା ବୋଲି ପ୍ରାର୍ଥନା କରୁଛି
କିନ୍ତୁ ତଥାବି ମୁଢ ସେ ବୁଝିପାରୁନି ଝିଅଙ୍କୁ ନିନ୍ଦା କରୁଛି
ପୁଅଟିଏ ପାଇବା ପାଇଁ , କନ୍ୟା ଭୃଣ ହତ୍ୟା ସେ ଲାଞ୍ଚଦେଇ ପୁଣି କରାଉଛି ,
ମୁଁ ଝିଅଟିଏ ବୋଲି ସଭିଙ୍କୁ ଅଲୋଡ଼ା ଲାଗୁଛି |

ମୁଁ ଝିଅଟିଏ ବୋଲି ସଭିଙ୍କୁ ଅଲୋଡ଼ା ଲାଗୁଛି |
ମୁଁ ସବୁଜାଣି ମୋତେ ଦୁଃଖ ଲାଗୁଛି
ସମାଜ ପରିବର୍ତ୍ତନର ମୁଁ ଆଶା ରଖିଛି
ଝିଅ-ପୁଅ ସଭିଏଁ ସମାନ ବୋଲି ସମସ୍ତେ ବୁଝନ୍ତୁ
ଭେଦଭାବ ନକରି କନ୍ୟା ଭ୍ରୁଣହତ୍ୟା ରୋକନ୍ତୁ
ସବୁ ଝିଅଙ୍କୁ ସଂମାନ କରନ୍ତୁ
ଝିଅଟି ଜୀବନରେ ବି ଆଶା ର ଆଲୋକ ଖେଳାଇ ତାକୁ ଆପାଣାନ୍ତୁ |
ଝିଅଟିଏ ବୋଲି କେବେ ହେଳା ନକରନ୍ତୁ |
ମୁଁ ଝିଅଟିଏ ବୋଲି ସଭିଙ୍କୁ ଅଲୋଡ଼ା ଲାଗୁଛି |
ମୁଁ ଝିଅଟିଏ ବୋଲି ସଭିଙ୍କୁ ଅଲୋଡ଼ା ଲାଗୁଛି |

 

ନାମ: ସାଗରିକା ସାମଲ
ଗ୍ରାମ: ଚନ୍ଦନପୁର , ମଣ୍ଡଳ: ବରି ,
ଜିଲ୍ଲା : ଯାଜପୁର

Share this :
Next Post

ତମେ ଯେବେ ମତେ କହିବ ପ୍ରୀୟସି - ସୁରେନ୍ଦ୍ର କୁମାର ବେହେରା

  ତମେ ଯେବେ ମତେ କହିବ ପ୍ରେୟସୀ ଗଢ଼ିଦେବି ପ୍ରୀତି ତାଜ ଫଗୁଣର ମତୁଆଲା ପବନରେ ପ୍ରେମରେ କରିବ ରାଜ ।1। ସାଗର ବେଳାରେ ଝାଉଁ ବଣ ଧାରେ ଗୋଧୂଳି ବେଳାରେ ବୁଲି ମନର ଭାବକୁ ଚାହାଣୀରେ କହି ହସିଦେଵ ଖିଲିଖିଲି ।2। ସଞ୍ଜନଇଁଗଲେ ହାତ ଛାଡ଼ିଦେଇ ଚାଲିଯିବ ମନ ଦେଇ ରାତିର ଶେଯରେ ତମ କଥାଭାବି ଝରକାରେ ଥିବି ଚାହିଁ ।3। ମୋକାବ୍ୟ ନାୟିକା ରୂପସୀ ପ୍ରେମିକା କବିତା […]

Subscribe US Now