ଶାନ୍ତିର ପ୍ରତୀକ ସ୍ନେହର କପୋତ ନୀରବି ଯାଉଛି ଆଜି
ଖୋଜିଥିଲେ ଦିନେ ସ୍ନେହ ଶରଧା କୁ ସିଏ ତ ଯାଇଛି ହଜି।1।
ତା ମନରେ ଥିଲା ଅସୁମାରୀ ସ୍ବପ୍ନ ରାମ ରାଇଜ ବାରତା
ହୃଦ ସ୍ବପ୍ନ ଆଶା ଆଶାରେ ରହିଲା ପାଲଟେ କ୍ରୁର ଜଡ଼ତା।2।
ସନ୍ତାପିତ ହୃଦ କାହାକୁ କହିବ କିଏ ବା ଶୁଣିବ କଥା
ଲୁହା ଠୁ ଓଜନ ଲୁହର ଧାରଟା ଦରଦୀ ମନ ର ବ୍ୟଥା।3।
ସ୍ନେହ ଶ୍ରଦ୍ଧା ଦେଲେ କେହି ପର ନୁହେଁ ସଭିଏଁ ମୋ ଆପଣାର
ବିଶ୍ୱାଦରବାରେ କେହି ନୁହେଁ ଧନୀ ଧନୀତ ଗୁଣବତ୍ତା ର ।4।
ଏମାଟିରେ ଜନ୍ମି କୃଷ୍ଣ ଆଉ ରାମ ଦେଇଛନ୍ତି ପ୍ରୀତି ବାର୍ତ୍ତା
ସ୍ନେହ ପ୍ରେମ ପ୍ରୀତି ଅରପିବା ନିତି ହୋଇ ଗୁଣ ଗଣ କର୍ତ୍ତା।5।
ଶାନ୍ତି ପ୍ରିୟ ସିଏ କପୋତ ପରା ଏ ଯିଏ ଗୁଣର ସାଗର
ହେବା ଦେବା ସେହି ଶ୍ରଦ୍ଧାଭାବ ବହି ଗଢ଼ିବା ସୁନା ସଂସାର।6।
ଭାଷେ ତୋଷେ ବାଣୀ ଶାନ୍ତି ଭାବ ମଣି ମଣିଷ ତ ଦିବ୍ୟ ପ୍ରାଣୀ
ସବିତା କବିତା ଛଳେ କୁହେ କଥା,ହେବା ଶାନ୍ତି ଶିରୋମଣି।7।
ସବିତା ଶୁକ୍ଳା
Readers Interaction