ଦେବୀ ବାସନ୍ତୀ – ପ୍ରିୟମ୍ବଦା ରାଉତ

Views: 12
0 0
Read Time:4 Minute, 30 Second

ବସନ୍ତେ ବାସନ୍ତୀକ ପୂଜା ସମ୍ଭାର,
ବିଚିତ୍ର ଲୀଳା କରି ଚୈତ୍ର ମାସର ଯେ l
ବର୍ଷକେ ଦୁଇଥର ଶକ୍ତିଙ୍କ ପୂଜା,
ବିରଚି ଦୁର୍ଗା ରୂପେ ଉଡ଼ାନ୍ତି ଧ୍ଵଜା ଯେ
l
ବସନ୍ତେ ଓ ଶରତେ ହୁଅନ୍ତି ପୂଜା,
ବନେ ଶ୍ରୀରାମ କଲେ ବାସନ୍ତୀ ପୂଜା ଯେ l
ବାଳିକା କନ୍ୟା ରୂପେ ପୂଜା କରିଣ,
ବରଣ କରିଥିଲେ ପୁରୁଷୋତ୍ତମ ଯେ l
ବିଧିରେ ଶହେ ଆଠ ନୀଳ କମଳ,
ବାଢି ଦେଇଣ ଥିଲେ ଅଯୋଧ୍ୟାଶ୍ଵର ଯେ l
ବାସନ୍ତୀ ଦେବୀ କଲେ ମାୟା ଭିଆଣ,
ବନରେ ଲୁଚାଇଲେ ନୀଳ କମଳ ଯେ l
ବିନା ନୀଳ କମଳ ଏକଇ ପାଇଁ,
ବଜ୍ର ବାଣ ଦୃଦକୁ ଦେଲାକି ଦହି ଯେ l
ବଜ୍ରବଲ୍ଲୀ ସଦୃଶ ମୁଖ ମଣ୍ଡଳ,
ବିନା ବଜ୍ରରେ ହେଲା ମଳିନ ସାର ଯେ l
ବାଣରେ ଚକ୍ଷୁ ନୀଳତ୍ପୋଳ ଉପାଡି,
ବାହାରନ୍ତେ ଦେବାକୁ ଶ୍ରୀରାମ ପୁଣି ଯେ l
ବାସନ୍ତୀକ ମା ଦୁର୍ଗା ତୁଷ୍ଟ ହୋଇଲେ,
ବହନ ଚଳିଯାଅ ଆଜ୍ଞା ସେ ଦେଲେ ଯେ l
ବଧ ହୋଇବ ନିଶ୍ଚେ ସେ ନାରୀ ଚୋର,
ବାନର ସେନା ନେଇ ଯୁଦ୍ଧ ତୁ କର ଯେ l
ବାସନ୍ତୀକ ଦୁର୍ଗା ଓ ଶରଦ ଦୁର୍ଗା,
ବିଷ୍ଣୁ ପରି ହୁଅନ୍ତି ଦଶ ସ୍ୱରୂପା ଯେ l
ବିଧିରେ ନବଦିନ ଯାତ୍ରା କରନ୍ତି,
ବଳିଆର ଭୁଜ ଯେ ପରି କରନ୍ତି ଯେ l
ଵିଧିରେ ଚୈତ୍ର ଶୁକ୍ଳ ପ୍ରତିପଦାରୁ ,
ବାସନ୍ତୀ ପୂଜା ହୁଏ ସୃଷ୍ଟ୍ୟାରମ୍ଭରୁ ଯେ l
ବିଲ୍ଵ ବରଣ ଷଷ୍ଠି ଦିବସେ ହୋଇ,
ବରଣ କୁମ୍ଭ କିମ୍ବା ମୃଣ୍ମୟ ଦେହୀ ଯେ l
ବାସନ୍ତୀକ ପୀଠରେ ମହାସପ୍ତମୀ,
ବିଧିରେ ମହାଷ୍ଟମୀ ଅଶୋକାଷ୍ଟମୀ ଯେ l
ବିଶ୍ୱ ନିୟନ୍ତା ଜନ୍ମ ରାମ ନବମୀ,
ବସନ୍ତେ ଚୈତ୍ର ମାସେ ଜନ୍ମ ଧରଣୀ ଯେ l
ବୁଦ୍ଧି, ବଳ, ଶକ୍ତିର ଅଧିକାରିଣୀ,
ବିନାଶ କରେ ସୃଷ୍ଟି, ସୃଷ୍ଟି କାରିଣୀ ଯେ l
ବିବୁଧ ଜନ ମତେ ନାରୀ ନମସ୍ୟ,
ବିଚାରି କର ତାଙ୍କୁ ସୁଖୀ ଅବଶ୍ୟ ଯେ l

ପ୍ରିୟମ୍ବଦା ରାଉତ, କୁଡୁମୁଲୁଗୁମ୍ମା,

Share this :
Next Post

ବେଶ୍ୟାର କାହାଣୀ - ଡ଼. ମୃତ୍ୟୁଞ୍ଜୟ ସାହୁ

  ହଁ ମୁଁ ବେଶ୍ୟା ପୁରୁଷର କାମନାର ଜ୍ୱାଳାକୁ ନିଜ ଶରୀରରେ ସମାଧି ଦେଇ, ସମାଜ ଆଗରେ ପାଲଟି ଯାଇଛି ଏକ ବେଶ୍ୟା | ଜାଣେ ମୋର ନିର୍ଦ୍ଦିଷ୍ଟ ଠିକଣା ନାହିଁ, ରାତି ପାହିଗଲେ ଠିକଣା ବଦଳି ଯାଏ ଆଉ ବଦଳାଏ ପୁରୁଷଙ୍କୁ ଦେହର ପୋଷାକ ଭଳି | ତଥାପି ବି କେବେ ହାର ମାନିନି ହାତ ପତେଇନି ଗଣ୍ଡିଏ ଖାଇ ଖଣ୍ଡିଏ ପିନ୍ଧିବାକୁ ଏ ରାକ୍ଷସ ରକ୍ତ ମାଂସ […]

Subscribe US Now