ବେଶ୍ୟାର କାହାଣୀ – ଡ଼. ମୃତ୍ୟୁଞ୍ଜୟ ସାହୁ

Views: 14
0 0
Read Time:2 Minute, 52 Second

 

ହଁ ମୁଁ ବେଶ୍ୟା
ପୁରୁଷର କାମନାର ଜ୍ୱାଳାକୁ
ନିଜ ଶରୀରରେ ସମାଧି ଦେଇ,
ସମାଜ ଆଗରେ ପାଲଟି ଯାଇଛି ଏକ ବେଶ୍ୟା |

ଜାଣେ
ମୋର ନିର୍ଦ୍ଦିଷ୍ଟ ଠିକଣା ନାହିଁ,
ରାତି ପାହିଗଲେ
ଠିକଣା ବଦଳି ଯାଏ
ଆଉ ବଦଳାଏ ପୁରୁଷଙ୍କୁ
ଦେହର ପୋଷାକ ଭଳି |

ତଥାପି ବି କେବେ ହାର ମାନିନି
ହାତ ପତେଇନି ଗଣ୍ଡିଏ ଖାଇ ଖଣ୍ଡିଏ ପିନ୍ଧିବାକୁ
ଏ ରାକ୍ଷସ ରକ୍ତ ମାଂସ ଲୋଭି ସମାଜ ଆଗରେ |

ଅର୍ଥର ପଟି ସ୍ୱାର୍ଥର ଚକ୍ଷୁରେ ବାନ୍ଧି
ଜଳୁଥିବା ଦେହର ଜ୍ୱାଳାକୁ ମେଣ୍ଟାଇଲା ପରେ
କେବେ ବି ପ୍ରତିବାଦ କରିନି
ଇଜ୍ଜତର ଖଣ୍ଡିଏ ଶାଢ଼ୀ ପାଇଁ |

ଖୋଜିନି ଶାରୀରିକ ପୀଡ଼ାକୁ
କାହା କାନ୍ଧରେ ମୁଣ୍ଡ ରଖି
ଆଖିର ଲୁହ ଭାବରେ ନିଗାଡ଼ିବାକୁ |

କି କେବେ ବି ଅଭିଯୋଗ କରିନି
ଛିନ୍ନ ହୋଇଥିବା ରକ୍ତ ବିନ୍ଦୁକୁ ଏକତ୍ରିତ କରି
ମଥାର ସିନ୍ଦୁର ଭାବେ ପିନ୍ଧିବାକୁ |

ତଥାପି ସମାଜ ମୋତେ ଦେଖେ
ଭିନ୍ନ ଏକ ଦୃଷ୍ଟିଭଙ୍ଗୀରେ
ସବୁକିଛି ନୀରବରେ ସହିଯାଏ
ଦିନର ଅନ୍ଧକାର ଭିତରେ |

ଡ଼. ମୃତ୍ୟୁଞ୍ଜୟ ସାହୁ
ପ୍ରତିଷ୍ଠାତା :- କବିତା ମିନାର ସାହିତ୍ୟ ଘର
ବଡମ୍ବା, କଟକ
ମୋ :- 9090700601

Share this :
Next Post

କ୍ରୋଧର ନିଆଁ - ପୁଷ୍ପଲତା ସାହୁ

ମଣିଷ ଜନମ ସଂସାରରେ ଲଭି ପାଉଛୁ ଅନେକ ଦୁଃଖ ଦୂର କରିଦେଲେ ଅନ୍ତର ଦୁଃଖକୁ ପାଇବା ଜୀବନେ ସୁଖ !! ଦୁଃଖର କାରଣ କାମନା ବାସନା ଅନ୍ତରେ ରହିଛି ଭରି ଷଡ଼ ରିପୁ ପୁଣି ଯୋଡ଼ା ତା ସାଥିରେ ସବୁଠୁ ବଡ଼ ବଇରୀ !! କାମ କ୍ରୋଧ ଲୋଭ ମଦ ମାସ୍ଛର୍ଯ୍ୟ ମୋହ ଅଟେ ଷଡ଼ ରିପୁ କ୍ରୋଧ ସବୁଠାରୁ ଭୟଙ୍କର ଜାଣ ମଣିଷକୁ କରେ କାବୁ !! କ୍ରୋଧର […]

Subscribe US Now